Latest Odisha News

BREAKING NEWS

ଟିକଟକ୍ ପ୍ଲାଟଫର୍ମରେ ସୁଇସାଇଡ୍ ବମ୍ବର୍ ଯୋଗାଡ କରୁଛି ଇସଲାମିକ୍ ଷ୍ଟେଟ୍‌

ଭୁବନେଶ୍ୱର: ବିଶ୍ୱର ସବୁଠୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ । ମୁଖିଆ ଅବୁ-ବକ୍ର-ଅଲ-ବାଗଦାଦିର ମୃତ୍ୟୁ ପରେ ଅନେକ ଭାବିଥିଲେ ଇସଲାମିକ ଷ୍ଟେଟ୍ ଧୂଳିସାତ ହେବ । ହେଲେ ସମସ୍ତଙ୍କ ଅନୁମାନକୁ ଭୁଲ ପ୍ରମାଣିତ କରି ପୁଣିଥରେ ମୁଣ୍ଡ ଟେକିଛି ଏହି ଆତଙ୍କବାଦୀ ସଙ୍ଗଠନ । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚଳାଇଛି ଆତଙ୍କବାଦୀ ନିଯୁକ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକ୍‌ଟକ୍ ସାଜିଛି ସୁଇସାଇଡ୍ ବମ୍ବରଙ୍କ ନିଯୁକ୍ତିର ମାଧ୍ୟମ । ଖ୍ରୀଷ୍ଟମାସ୍ ଅବସରରେ ପାଶ୍ଚାତ୍ୟ ଦେଶଗୁଡିକ ଉପରେ ଆକ୍ରମଣ କରିବାକୁ ଯୋଜନା ରଚିଛି ଇସଲାମିକ ଷ୍ଟେଟ୍ । ଏଥିପାଇଁ ସର୍ଟ ଭିଡିଓ ପ୍ରସ୍ତୁତ କରି ଯୁବାବର୍ଗଙ୍କୁ ପ୍ରଲୋଭିତ କରାଯାଉଛି ।

ଦ ସନ ର ରିପୋର୍ଟ ଅନୁଯାୟୀ ଖ୍ରୀଷ୍ଟମାସ ଅବସରରେ ପାଶ୍ଚାତ୍ୟ ଦେଶରେ ବିସ୍ଫୋରଣ ଘଟାଇବାକୁ ଚକ୍ରାନ୍ତ କରିଛି ଆଇଏସ୍ ସେନା । ଏଥିପାଇଁ ଏକାଧିକ ସର୍ଟ ଭିଡିଓ ପ୍ରସ୍ତୁତ କରି ଟିକଟକରେ ସେୟାର କରାଯାଇଥିଲା । ସେୟାର ହୋଇଥିବା ଭିଡିଓର ସ୍ନାପସଟ୍‌ଗୁଡିକ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏହି ସମସ୍ତ ଭିଡିଓରେ ଖ୍ରୀଷ୍ଟଧର୍ମୀଙ୍କୁ ଅଲ୍ଲାହଙ୍କ ବିରୋଧୀ ତଥା ସଇତାନ ଭାବେ ସମ୍ଭୋଧିତ କରି ସେମାନଙ୍କୁ ନିପାତ କରିବା ଭଳି ଉତ୍ତେଜନା ମୂଳକ ବାର୍ତ୍ତା ରହିଛି ।

ସଦ୍ୟ ତଥ୍ୟ ଅନୁଯାୟୀ ପ୍ରାୟ ୧୮ ମାସ ଧରି ସକ୍ରିୟ ରହିଥିବା ଏକ ନିର୍ଦ୍ଧିଷ୍ଟ ଟିକଟକ୍ ଆକାଉଣ୍ଟରେ ସମସ୍ତ ଭିଡିଓ ସେୟାର କରାଯାଇଥିଲା । ଗୁଇନ୍ଦା ସୁତ୍ରରୁ ଜଣାପଡିଛି କରୋନା ମହାମାରୀ ସମୟରେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ ନିଜ ସେନା ପ୍ରସ୍ତୁତ କରିବା ସହ ନବନିଯୁକ୍ତ ଆତଙ୍କବାଦୀଙ୍କ ତାଲିମ ଚଳାଇଥିଲା । ଏହି ଘଟଣା ସହ ସଂପୃକ୍ତ ଥିବା ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଇଟାଲୀର ମିଲାନ ପୋଲିସ ଗିରଫ କରିଥିଲା । ଗିରଫ ଯୁବତୀଙ୍କଠାରୁ ବହୁ ଆପତ୍ତିଜନକ ଭିଡିଓ ସମେତ ଇସଲାମିକ ଷ୍ଟେଟ୍ ର ପ୍ରଚାର ପତ୍ର ମଧ୍ୟ ଜବତ ହୋଇଥିଲା ।

Leave A Reply

Your email address will not be published.