Latest Odisha News

BREAKING NEWS

ଗିରଫ କଣ୍ଟ୍ରାକ୍ଟ କିଲର ସମ୍ପଦ ସାହୁକୁ ରିମାଣ୍ଡରେ ନେବ ପୋଲିସ

ଭୁବନେଶ୍ବର : ରିମାଣ୍ଡରେ ଯିବ ଗିରଫ କଣ୍ଟ୍ରାକ୍ଟ କିଲର ସମ୍ପଦ ସାହୁ । କଣ୍ଟ୍ରାକ୍ଟ କିଲର ସମ୍ପଦ ସାହୁକୁ ୫ ଦିନିଆ ରିମାଣ୍ଡରେ ନେବାକୁ ଏସଡିଜେଏମ୍ କୋର୍ଟରେ ଆବେଦନ କରିଛି ଭୁବନେଶ୍ବର ନୟାପଲ୍ଲୀ ଥାନା ପୋଲିସ । ଫେରାର ଅଭିଯୁକ୍ତ ଓ ସମ୍ପଦର ପୂରା ଅପରାଧିକ କାର୍ଯ୍ୟକଳାପ ବିଷୟରେ ଜାଣିବା ପାଇଁ ପୋଲିସ ପଚରାଉଚରା କରିବ । ସୁପାରି ନେଇ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଜଗତସିଂହପୁରରେ ପୂରା ଯୋଜନା କରିଥିଲା ସମ୍ପଦ । ଏବଂ ଭୁବନେଶ୍ବରରେ ହତ୍ୟା କରିଥାନ୍ତା । ବ୍ୟବସାୟୀଙ୍କୁ ହତ୍ୟା କିବାକୁ ଯୋଜନା କରିଥିଲା କଣ୍ଟ୍ରାକ୍ଟ କିଲର । ହେଲେ ହତ୍ୟା କରିବା ପୂର୍ବରୁ ସମ୍ପଦକୁ କାବୁ କରିଛି ପୋଲିସ ।

ନୟାପଲ୍ଲୀ ସ୍ବପ୍ନେଶ୍ବର ମନ୍ଦିର ନିକଟରେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଅପେକ୍ଷା କରି ରହିଥିଲା ଜଗତସିଂହପୁର ସମ୍ପଦ ସାହୁ । ବନ୍ଧୁକ ଧରି ଛକି ବସିଥିଲେ ସମ୍ପଦ ଓ ତାର ସହଯୋଗୀ । ହେଲେ ସଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି ସମୟରେ ସମ୍ପଦ ପୋଲିସକୁ ବନ୍ଧୁକ ଦେଖାଇ ଡରାଇଥିଲା । ଆଉ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଥିଲେ ନୟାପଲ୍ଲୀ ଥାନା ଆଇଆଇସି, ଏସଆଇ ଓ ଅନ୍ୟ ପୋଲିସ କର୍ମଚାରୀ । ଘଟଣା ଦିନ ସମ୍ପଦ ଠାରୁ ୨ ବନ୍ଧୁକ, ୮ ରାଉଣ୍ଡ ଗୁଳି ଓ ଲଙ୍କା ଗୁଣ୍ଡ ସ୍ପ୍ରେ ଜବତ କରିଛି ପୋଲିସ ।

Leave A Reply

Your email address will not be published.