Latest Odisha News

BREAKING NEWS

ବିଦେଶ ଫେରନ୍ତାଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଆଜିଠାରୁ ଲାଗୁ

ସାରା ବିଶ୍ୱରେ କରୋନାର ଓମିକ୍ରନ ଭାରିଆଣ୍ଟ ଆତଙ୍କ ।  ବିଦେଶ ଫେରନ୍ତାଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଆଜିଠାରୁ ଲାଗୁ ହୋଇଛି ।

କୋଭିଡ୍‌ର ନୂଆ ଘାତକ ପ୍ରଜାତି ‘ଓମିକ୍ରନ୍‌’କୁ ନେଇ ଏବେ ବିଶ୍ବବ୍ୟାପୀ ଭୟ ଓ ଆତଙ୍କର ବାତାବରଣ ଦେଖିବାକୁ ମିଳିଛି । ସମଗ୍ର ଏସିଆ, ୟୁରୋପ, ଆମେରିକା ଏବଂ ଆଫ୍ରିକାରେ ଏବେ ସତର୍କତା ପଦକ୍ଷେପ ବଢ଼ାଇ ଦିଆଯାଇଛି ।

ଭାରତର ବ୍ୟସ୍ତବହୁଳ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦର ସମେତ ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମଦାବାଦ, ଚେନ୍ନାଇ, କୋଲକାତା, କୋଚିନ ଏବଂ ପୁନେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିଦେଶରୁ ପହଞ୍ଚୁଥିବା ଯାତ୍ରୀମାନଙ୍କ ଉପରେ କଡ଼ା ନଜର ରଖାଯାଇଛି । ଆଜିଠାରୁ ବିଦେଶ ଫେରନ୍ତାଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଲାଗୁ ହୋଇଛି ।

ସଂଶୋଧିତ ଗାଇଡଲାଇନ ଗୁଡ଼ିକ ହେଲା …

– ଯାତ୍ରା ପୂର୍ବରୁ ୧୪ ଦିନର ଯାତ୍ରା ସମ୍ପର୍କିତ ବିବରଣୀ ଦେବାକୁ ପଡିବ
ଏୟାର ସୁବିଧା ପୋର୍ଟାଲରେ ଆରଟି-ପିସିଆର ନେଗେଟିଭ ରିପୋର୍ଟ ଅପଲୋଡ କରିବାକୁ ପଡିବ

-ରିପୋର୍ଟ ଯାତ୍ରାର ୭୨ ଘଂଟା ପୂର୍ବରୁ ହୋଇଥିବ

– ଯାତ୍ରୀଙ୍କୁ ସେଲ୍ଫ ଡିକ୍ଲାରେସନ୍ ଫର୍ମ ପୂରଣ ଓ ଆରଟି-ପିସିଆର୍ ନେଗେଟିଭ୍ ରିପୋର୍ଟ ଅପଲୋଡ୍ କରିବାକୁ ପଡିବ

-‘ଆଟ୍ ରିସ୍କ’ ବା ଓମିକ୍ରନ ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ଆରଟି-ପିସିଆର୍ ଟେଷ୍ଟ କରାଯିବ

– ନେଗେଟିଭ୍ ରିପୋର୍ଟ ଆସିଲେ ୭ ଦିନିଆ ଘରୋଇ ସଙ୍ଗରୋଧରେ ରହିବେ

– ଅଷ୍ଟମ ଦିନ ପୁଣି କରୋନା ପରୀକ୍ଷା କରାଯିବ

-ପଜିଟିଭ୍ ଆସିଲେ ଜେନମ୍ ସିକ୍ୟୁଏନ୍ସିଂ ପାଇଁ ନମୁନା ପଠାଯିବ

-ପ୍ରଭାବିତ ଦେଶରୁ ଆସିଥିବା ଯାତ୍ରୀ ପଜିଟିଭ୍ ହେଲେ ନମୁନା ଜେନମ୍ ସିକ୍ୟୁଏନ୍ସିଂ ପାଇଁ ପଠାଯିବ

– ପ୍ରୋଟୋକଲ ଅନୁସାରେ ଚିକିତ୍ସା କରାଯିବ

Leave A Reply

Your email address will not be published.