ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକାଉଣ୍ଟ ହ୍ୟାକ୍ ହେବା ପରେ ବୟାନ ଦେଇଛି ଟ୍ୱିଟର୍ ଇଣ୍ଡିଆ । ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟ ହ୍ୟାକ୍ ହେବା ଜାଣିବା ପରେ ତୁରନ୍ତ ସକ୍ରିୟ ହୋଇଥିଲେ । ଆକାଉଣ୍ଟକୁ ସୁରକ୍ଷିତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ୨୪ ଘଣ୍ଟିଆ ଯୋଗାଯୋଗରେ ଅଛନ୍ତି ।
ଗତକାଲି ରାତି ପାଖାପାଖି ୨ଟା ୧୧ ମିନିଟରେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟ @narendramodi ହ୍ୟାକ୍ ହୋଇଥିଲା । ଯେଉଁଥିରେ ଟ୍ୱିଟ୍ କରି ବିଟ୍କଏନ ସଂପର୍କରେ ଲିଙ୍କ ସେୟାର କରାଯାଇଥିଲା । ଦୁଇ ମିନିଟ୍ ଯାଏଁ ଏହି ଟ୍ୱିଟ୍ ମୋଦିଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ରହିବା ପରେ ଡିଲିଟ୍ ହୋଇଯାଇଥିଲା।
ପରେ ୨ଟା ୧୪ ମିନିଟରେ ଆଉ ଗୋଟିଏ ଟ୍ୱିଟ୍ କରାଯାଇଥିଲା । ସେହି ଟ୍ୱିଟ୍ ବି କିଛି ସମୟ ପରେ ଡିଲିଟ୍ ହୋଇଥିଲା । କିନ୍ତୁ ସେତେବେଳେକୁ ହ୍ୟାକରଙ୍କ ସ୍କ୍ରିନ୍ ସଟ୍ ଭାଇରାଲ୍ ହୋଇ ସାରିଥିଲା । ଏହାର ଘଣ୍ଟାଏ ପରେ ରାତି ୩ଟା ୧୮ ମିନିଟରେ ପିଏମଓ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିବା ସୂଚନା ଦେଇଥିଲା ।
Comments are closed.