Latest Odisha News

ଆସନ୍ତାକାଲି କଟକ ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ବିଏସକେଓ୍ବାଇ କାର୍ଡ

କଟକ : ଆସନ୍ତାକାଲି କଟକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ଅବସରରେ ଜିଲ୍ଲାର ହିତାଧିକାରୀଙ୍କୁ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଏହାସହ ବିଭିନ୍ନ ଜନକଲ୍ୟାଣ ଯୋଜନାର ମଧ୍ୟ ଶୁଭାରମ୍ଭ କରିବେ । ଏଥିପାଇଁ ବାଲିଯାତ୍ରା ପଡିଆରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ, ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।

କଟକ ବାଲିଯାତ୍ରା ପଡିଆରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସଭାସ୍ଥଳ ଓ ହେଲି ପ୍ୟାଡ୍ କାମ ଜୋରସୋରରେ ଚାଲିଥିବା ବେଳେ, ସହରର ବିଭିନ୍ନ ସ୍ଥାନରେ ବଡ ବଡ ହୋଡିଂ ଲଗାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି କମିଶନରେଟ ପୋଲିସ ପକ୍ଷରୁ ବାରବାଟୀ ଷ୍ଟାଡିୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସହରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

Comments are closed.