Latest Odisha News

BREAKING NEWS

କରୀନା, ଅମୃତା କରୋନା ପଜିିଟିଭ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କାପୁର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ନିଜର କୋଭିଡ ଟେଷ୍ଟ କରାଇଥିଲେ । ଏଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ସେ ନିଜକୁ ଆଇସୋଲେଟ କରି ଦେଇଛନ୍ତି । କରୀନାଙ୍କ ପ୍ରିୟ ବାନ୍ଧବୀ ଅମୃତା ଆରୋରଙ୍କ ରିପୋର୍ଟ ବି ପଜିଟିଭ ଆସିଛି ।

ଦୁଇ ବାନ୍ଧବୀ ନିକଟରେ ଅନେକ ପାର୍ଟିରେ ଯୋଗ ଦେଇଥିଲେ । ସେମାନେ କରୋନା ନିୟମ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଥିଲା । ବିଏମସି ଏବେ ଏହି ଦୁଇ ଅଭିନେତ୍ରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ ଟ୍ରାକ କରିବାକୁ ଚେଷ୍ଟା କରୁଛି ।

Comments are closed.