Latest Odisha News

BREAKING NEWS

SMART ମିସାଇଲର ସଫଳ ପରୀକ୍ଷଣ

ଭୁବନେଶ୍ବର : ସଫଳତା ସହ ପରୀକ୍ଷଣ ହୋଇଛି ଦୂରଗାମୀ ସୁପରସୋନିକ ମିସାଇଲ ଆସିଷ୍ଟେଡ୍ ଟରପେଡୋ । ଧାମରା ସ୍ଥିତ ଅବଦୁଲ କଲାମ୍ ଦ୍ବୀପରେ ଥିବା ୪ ନମ୍ବର ଲଞ୍ଚପ୍ୟାଡରୁ ଉତକ୍ଷେପଣ ହୋଇଛି ଆଣ୍ଟି ସବ୍ ମେରାଇନ୍ ମିସାଇଲ । ସଫଳତାର ସହ ଏହାର ପରୀକ୍ଷଣ ହୋଇଥିବା ନେଇ ସୂଚନା ଦେଇଛି ଡିଆରଡିଓ । ସଫଳ ପରୀକ୍ଷଣ ପରେ ଏହାକୁ ଭାରତୀୟ ନୌସେନାରେ ସାମିଲ କରାଯିବ ।

ଏହି ସିମାଇଲ ୬୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ସମୁଦ୍ର ଭିତରେ ଥିବା ବୁଡା ଜାହାଜକୁ ଏହା ଚିହ୍ନଟ କରି ଲକ୍ଷ୍ୟଭେଦ କରିପାରିବ । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ସିରିଜର ଏହା ତୃତୀୟ ଯୁଦ୍ଧାସ୍ତ୍ର । ଏହା ମିସାଇଲ ପରୀକ୍ଷଣର ଦୁଇ ଦିନ ପୂର୍ବରୁ ଡିଆରଡିଓ ପୋଖରାନ ରେଞ୍ଜରୁ ଆଉ ଏକ ମିସାଇଲର ସଫଳ ପରୀକ୍ଷଣ ହୋଇଥିଲା । ମିସାଇଲର ସଫଳ ପରୀକ୍ଷଣକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

Comments are closed.