ବାଲେଶ୍ୱର: ବିଜେଡ଼ି ସରକାର ବିଦା ହେଲା ପରେ ପୁଣି ଓଡ଼ିଶା ଆସିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟର ଜବାବ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦୀଙ୍କୁ କଟାକ୍ଷ କରିଛନ୍ତି ।
ବ୍ୟାସକବି ଫକୀରମୋହନଙ୍କ ମାଟି ବାଲେଶ୍ଵରରେ ନିର୍ବାଚନୀ ଶୋଭାଯାତ୍ରାରେ ଲୋକମାନଙ୍କ ଏତେମାତ୍ରାରେ ସମର୍ଥନ ଆମ ପ୍ରତି ଓଡ଼ିଶାବାସୀଙ୍କ ବିଶ୍ୱାସର ପ୍ରତୀକ। ଏଠାରେ ମେଡିକାଲ କଲେଜ କରାଇ ନଦେବା ପାଇଁ ଚକ୍ରାନ୍ତ କରିଥିବା ବିଜେପି ନେତାଙ୍କୁ ଆପଣମାନେ ଉଚିତ ଜବାବ ଦିଅନ୍ତୁ। #VoteForBJDTwice pic.twitter.com/dngZovJ9HL
— Naveen Patnaik (@Naveen_Odisha) April 24, 2019
“ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ବିଜେଡ଼ି ସରକାର ଓଡ଼ିଶାରୁ ବିଦା ହେଲା ପରେ ସେ ପୁଣି ଥରେ ଓଡ଼ିଶାକୁ ଆସିବେ । ରାଜ୍ୟର ଜନସାଧାରଣଙ୍କ ଆଶୀର୍ବାଦରୁ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ବିଜେଡ଼ିକୁ ବହୁ ସଂଖ୍ୟାରେ ଭୋଟଦେଇ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପ୍ରଦାନ କରିଛନ୍ତି । ମୁଁ ମୋଦୀଜୀଙ୍କ୍ୁ ବିନମ୍ରତାର ସହିତ କହୁଛି, ବିଜେଡ଼ି ପୁଣି ସରକାରର ଶପଥ ଗ୍ରହଣ ଉତ୍ସବରେ ଜଣେ ସମ୍ମାନିତ ଅତିଥି ରୂପେ ମୁଁ ତାଙ୍କୁ ନିମନ୍ତ୍ରଣ କରୁଛି,” ବୋଲି ମୁଖ୍ୟମନ୍ତ୍ରୀ ରେମୁଣାରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ କହିଛନ୍ତି ।
ଏଠାକାର ଜନସାଧାରଣଙ୍କ ଦାବି ତଥା ଆବଶ୍ୟକତାକୁ ସମ୍ମାନ ଜଣାଇ ତାଙ୍କ ସରକାରଙ୍କ ଦ୍ୱାରା ଏଠାରେ ମେଡ଼ିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କରାଗଲା । ଏନେଇ ନବୀନ କହିଛନ୍ତି, ଏଥିଲାଗି ରାଜ୍ୟ ସରକାର ୨୦୦ କୋଟି ଟଙ୍କା ଆର୍ଥିକ ଖର୍ଚ୍ଚ ବହନ କରିଥିବା ବେଳେ ଏଥିରେ କେନ୍ଦ୍ର ସରକାରଙ୍କ ଅନୁଦାନ ୧୦୦ କୋଟି ଟଙ୍କା ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାର ଜଣେ କେନ୍ଦ୍ରମନ୍ତ୍ରୀ ଏଠାରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା କରିବାକୁ ଦୃଢ ଭାବେ ବିରୋଧ କରୁଥିଲେ । “ କେନ୍ଦ୍ରମନ୍ତ୍ରୀ ଏଥିରେ ସଫଳ ହୋଇପାରିନଥିଲେ, ମାତ୍ର ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଅନୁମତି ମିଳିବା ପରେ ଏଠାରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା କରିବା ସମ୍ଭବ ହୋଇଥିଲା,” ବୋଲି ନବୀନ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଏଠାରେ କେନ୍ଦ୍ରମନ୍ତ୍ରୀ ଆହାର ଯୋଜନା ବନ୍ଦ କରିଦେବାକୁ ପ୍ରଚେଷ୍ଟା କରିଥିଲେ । ଏହି ଯୋଜନା ଦ୍ୱାରା ସହରାଞ୍ଚଳରେ ରହୁଥିବା ଲକ୍ଷାଧିକ ଗରିବ ଲୋକ ଆହାର ପାଇପାରୁଛନ୍ତି । “ଏହା କେଉଁ ପ୍ରକାର ରାଜନୀତି ? ବ୍ୟକ୍ତିଗତ ସ୍ୱାର୍ଥରେ କ’ଣ ଲୋକଙ୍କ ହିତସାଧନ ହୋଇପାରେ କି ? କିମ୍ବଦନ୍ତୀ ପୁରୁଷ ଫକିରମୋହନ ସେନାପତିଙ୍କ ମାଟି ଏହାର ଦୃଢ ଜବାବ ଦେବ,” ବୋଲି ଏହି ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।
Comments are closed.