ଭୁବନେଶ୍ୱର: ଓମିକ୍ରନରୁ ସୁରକ୍ଷା ଦେବ ଟିକା । ଯଥାଶୀଘ୍ର ଟିକା ନିଅନ୍ତୁ । ଟିକା ନେବାକୁ ଅନୁରୋଧ କଲା ସ୍ୱାସ୍ଥ୍ୟ ବିଭାଗ । ଶତ ପ୍ରତିଶତ ନହେଲେ ବି କ୍ରସ ପ୍ରୋଟେକ୍ସନ ଦେବ ଟିକା । ଟିକା ନେବାକୁ ପ୍ରତି ଗାଁରେ ସାମାଜିକ କର୍ମୀ ପ୍ରୋତ୍ସାହିତ କରନ୍ତୁ । କେଉଁ ବ୍ଲକରେ ଟିକା ଲୋକେ ନେଉନାହାନ୍ତି ଟାସ୍କଫୋର୍ସ ଅନୁଧ୍ୟାନ କରୁଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।
ସେ କହିଛନ୍ତି, ଟିକା ନେଲେ ଗୁରୁତର ହେବା, ହସ୍ପିଟାଲାଇଜ ହେବା ଓ ମୃତ୍ୟୁମୁଖରେ ପଡ଼ିବାର ଅଶଙ୍କା କମ୍ ରହିଛି । ଅନ୍ୟ ରାଜ୍ୟରେ ଓମିକ୍ରନ ଚିହ୍ନଟ ହେବା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଯଥାଶୀଘ୍ର ଟିକା ନେବାକୁ ପଡ଼ିବ । ସିଡ଼ିଏମଓମାନଙ୍କୁ ମଧ୍ୟ ଗାଁ ଗୁଡ଼ିକରେ ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଗାଁରେ କିଛି ଲୋକ ଟିକା ନେଇନାହାନ୍ତି । ତାହେଲେ ସେମାନେ ସଂକ୍ରମିତ ହେବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମିତ କରିବେ ।
ଏପର୍ଯ୍ୟନ୍ତ ୪କୋଟି ୬୨ଲକ୍ଷ ଟିକା ଦିଆସରିଲାଣି । ୮୭.୪ ପ୍ରତିଶତ ପ୍ରଥମ ଡ଼ୋଜ୍ ଦିଆସରିଛି । ଆଉ ୪୦ଲକ୍ଷ ଲୋକ ଟିକା ନେଇନାହାନ୍ତି । ଖୁବଶୀଘ୍ର ସେମାନଙ୍କୁ ଟିକା ଦିଆଯିବାକୁ ସ୍ୱାସ୍ଥ୍ୟ ବିଭାଗ ଟାର୍ଗେଟ ରଖିଛି ।
Comments are closed.