Latest Odisha News

BREAKING NEWS

ତ୍ରୟୋଦଶ ସୂର୍ଯ୍ୟକ୍ଷେତ୍ର ପ୍ରତିଭା ସମ୍ମାନ ସମାରୋହ ଓ ବାର୍ଷିକ ଉତ୍ସବ

ଭୁବନେଶ୍ୱର : ସାମାଜିକ ତଥା ଦାତବ୍ୟ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମ୍ମାନ ପ୍ରଦାନ ପର୍ବ ଓ ତ୍ରୟୋଦଶ ବାର୍ଷିକ ଉତ୍ସବ , ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ପାଳିତ ହୋଇଯାଇଛି ।

ଏହି ଅବସରରେ ଭୁବନେଶ୍ୱରର ଲାଏନ୍ସ କ୍ଲବର ସହଯୋଗରେ ଦୁଇ ଜଣ ଦିବ୍ୟାଙ୍ଗ, ବେଦାନ୍ତ ମହାରଣା ଓ ଦିବ୍ୟାଂଶୁ ସାମନ୍ତରାୟଙ୍କୁ ହ୍ୱିଲ ଚେୟାର ପ୍ରଦାନ କରାଯାଇଥିଲା ଏବଂ କେନ୍ଦୁଝର ଜିଲ୍ଲାର ଦଶ ଜଣ ମହିଳାଙ୍କୁ ସିଲେଇ ମେସିନ ପ୍ରଦାନ କରାଯାଇଥିଲା। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦ ଜଣ ପାରଦର୍ଶୀ ବ୍ୟକ୍ତିଙ୍କୁ ସୂର୍ଯ୍ୟକ୍ଷେତ୍ର ସମ୍ମାନରେ ସମ୍ମାନିତ କରାଯିବ ସହ ଶିଶୁ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହ ସୁବୀର ବର୍ମା ଓ ସାଗରିକା ବର୍ମାଙ୍କ ଦ୍ୱାରା ଇଂରାଜୀ ପୁସ୍ତକ , ‘ ଜବ ସର୍ଚ୍ଚ ସିକ୍ରେଟସ ‘ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଧାନସଭାର ବିରୋଧୀ ଦଳର ଉପ ମୁଖ୍ୟ ସଚେତକ ମୋହନ ମାଝୀ, ସମ୍ମାନିତ ଅତିଥି ଭାବେ କିଶୋର ଦ୍ବିବେଦୀ, ହିମାଂଶୁ ଭୂଷଣ ପଣ୍ଡା, ବ୍ରହ୍ମାକୁମାରୀ ତପସ୍ୱିନୀ, ବିପିନ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ଓ ଅଭିଜିତ ମିଶ୍ରଙ୍କର ସଂଗୀତ ପରିବେଷଣ ସହ ଆରମ୍ଭ ହୋଇଥିବା ଏହି ଉତ୍ସବରେ ଶିବ ପ୍ରସାଦ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂବିପିନବିହାରୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦିକା ସୁକାନ୍ତି ମିଶ୍ର ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Leave A Reply

Your email address will not be published.