Latest Odisha News

BREAKING NEWS

୬୩ତମ ଆଇପିଏସ୍ ସମ୍ମିଳନୀ ଆଜିଠୁ ଆରମ୍ଭ

କଟକ : ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ପୋଲିସ ସମ୍ମିଳନୀ । କଟକରେ ୬୩ ତମ ବରିଷ୍ଠ ପୋଲିସ ସମ୍ମିଳନୀ ଆରମ୍ଭ ହୋଇଛି । ଭର୍ଚ୍ୟୁଆଲ ମାଧ୍ୟମରେ ଏହି ସମ୍ମିଳନୀ ଆରମ୍ଭ କରାଯାଇଛି । ତିନି ଦିନ ଧରି ଚାଲିବ ସମ୍ମିଳନୀ । ଡିଜିପି ଅଭୟ ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ରାଜ୍ୟରେ ମାଓବାଦୀ ଦମନ,  ଆଇନ ଶୃଙ୍ଖଳା, ୨୦୨୧ ମସିହାରେ ଲୁଟ୍, ଅସଦାଚରଣ, ହତ୍ୟା, ରାଜପଥ ଡକାୟତି, ସଂଖ୍ୟା ଉପରେ ଗୁରୁତ୍ୱ ଦିଆଯିବ ଏହି  ସମ୍ମିଳନୀରେ ।

ସେହିଭଳି ଦ୍ୱିତୀୟ ଦିନରେ ହିଂସା ବିରୋଧୀ, ସାଇବର ଅପରାଧ ଏବଂ ଡ୍ରଗ୍ କାରବାର ଉପରେ ଧ୍ୟାନ ଦିଆଯିବା ସହ ପ୍ରତିଷେଧକ ବ୍ୟବସ୍ଥା ତଥା ପୋଲିସର ତାଲିମ ଉପରେ ମଧ୍ୟ ଧ୍ୟାନ ଦିଆଯିବ । ମହିଳା ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଶାଖା ଖୋଲାଯିବ ବୋଲି ଆଲୋଚନା ହୋଇଥିଲା । ଆଗକୁ ତିନି ଦିନ ମଧ୍ୟ ବିଭିନ୍ନ ବିପର୍ଯ୍ୟସ୍ତ ବ୍ୟବସ୍ଥା ସମ୍ପର୍କରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ ।

Comments are closed.