ଚଣ୍ଡଗୀଡ: ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପୂବରୁ ନୂତନ ସମୀକରଣ ପ୍ରସ୍ତୁତ ହୋଇଛି । ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ଓ ବିଜେପି ମଧ୍ୟରେ ମେଂଟ ହୋଇଛି । ଏହି ଘୋଷଣା ଅବସରରେ ପଞ୍ଜାବ ଇନଚାର୍ଜ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଅମରିନ୍ଦର ଖୁସିରେ କୁଣ୍ଢେଇ ପକାଇଥିଲେ । ଖୁବ୍ ଶୀଘ୍ର ଆସନ ଭାଗବଂଟା ଚୂଡାନ୍ତ କରାଯିବ ବୋଲି ସେ କହିଛନ୍ତି । ଆମ ମେଂଟ ୧୦୧ ପ୍ରତିଶତ ବିଜୟ ହାସଲ କରିବ ବୋଲି ଅମରିନ୍ଦର କହିଛନ୍ତି ।
ସୂଚନାଯୋଗ୍ୟ, ବିବାଦୀୟ କୃଷି ଆଇନ ଯୋଗୁ ଅକାଳୀ ଦଳ ବିଜେପିର ହାତ ଛାଡି ଦେଇଥିଲା । ଏବେ ବିଜେପି ତାର ନୂଆ ସାଥୀ ସହ କିପରି ନିର୍ବାଚନ ବୈତରଣୀ ପାର ହେବ ସେଥିପ୍ରତି ସମସ୍ତଙ୍କ ନଜର ରହିବ ।
Comments are closed.