Latest Odisha News

ରାଜଧାନୀକୁ ପୁଣି ଫେରିଲା କୋଭିଡ୍ କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ବର : ଭୟ ବଢ଼ାଇଲା ନୂଆ ଭାରିଆଣ୍ଟ ଓମିକ୍ରନ୍ । ନୂଆ ଭାରିଆଣ୍ଟକୁ ନେଇ ଭୟ ବଢ଼ିଥିବା ବେଳେ, ଏବେ ରାଜଧାନୀ ଭୁବନେଶ୍ବରକୁ ପୁଣି ଫେରିଛି କଣ୍ଟେନମେଣ୍ଟ । ଏକାଧିକ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କତା ଭାବେ ପଦକ୍ଷେପ ନେଇ ବିଏମସି । ଭିଏସ୍ଏସ୍ ନଗରର ୧୧ ନମ୍ବର ୱାର୍ଡ ଓ ବମିଖାଲର ଜୟଦୁର୍ଗା ନଗରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି ।

ବିଏମସି ନିଷ୍ପତ୍ତି ଅନୁସାରେ, ବମିଖାଲ ଜୟଦୁର୍ଗା ନଗରର ପ୍ଲଟ ନମ୍ବର ୧୩୦୩/୧୩୦୪କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଜୋନରୁ କେହି ବାହାରକୁ ଯାଇପାରିବେ ନାହିଁ କି ପ୍ରବେଶ କରିବେ ନାହିଁ । କଣ୍ଟେନମେଣ୍ଟ ଜୋନରେ ବିଏମସି ସମସ୍ତ ଅତ୍ୟାବଶ୍ୟକୀୟ ସେବା ଯୋଗାଇଦେବ । କଣ୍ଟେନମେଣ୍ଟ ଜୋନରେ ଥିବା ଲୋକ ୯୩୩୮୭୩୩୬୪୧ ନମ୍ବରରେ କଲ୍ କରି ଔଷଧ୍ୟ ଓ ଅନ୍ୟ ଜିନିଷ ମଗାଇ ପାରିବେ ।

ସେହିଭଳି ଭିଏସ୍ଏସ୍ ନଗର ୧୧ ନମ୍ବର ୱାର୍ଡର ପ୍ଲଟ୍ ନମ୍ବର ଏଇ-୨୧୦କୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । କଣ୍ଟେନମେଣ୍ଟ ଜୋନରୁ କେହି ବାହାରକୁ ଯାଇପାରିବେ ନାହିଁ କି ପ୍ରବେଶ କରିବେ ନାହିଁ । କଣ୍ଟେନମେଣ୍ଟ ଜୋନକୁ ଲାଗି ରହିଥିବା ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି । ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଅଞ୍ଚଳରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପଲବ୍ଧ କରାଯିବ । ଏହି ଅଞ୍ଚଳରେ ତଦାରଖ ପାଇଁ ନୋଡାଲ ଅଫିସରଙ୍କୁ ନିୟୋଜିତ କରାଯାଇଛି ।

Comments are closed.