Latest Odisha News

BREAKING NEWS

ଅଖିଳେଶଙ୍କ ପତ୍ନୀ ଓ ଝିଅ କରୋନା ସଂକ୍ରମିତ

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଏବଂ ଝିଅ କରୋନା ସଂକ୍ରମିତ ହୋଇଛନ୍ତି । ଉଭୟଙ୍କ କୋଭିଡ ଟେଷ୍ଟ ପଜିଟିଭ ଆସିଛି । ସୋସିଆଲ ସାଇଟରେ ଡିମ୍ପଲ ଏ ନେଇ ସୂଚନା ଦେବା ସହ ନିଜକୁ ଆଇସୋଲେଟ କରିଛନ୍ତି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ତୁରନ୍ତ କୋଭିଡ ଟେଷ୍ଟ କରାଇ ନିଅନ୍ତୁ ବୋଲି ସେ କହିଛନ୍ତି ।

ଉରପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୟୁପିର କୋଭିଡ ସର୍ଭିଲାନ୍ସ ଅଫିସର ବିକାସେନ୍ଦୁ ଅଗ୍ରୱାଲ କହିଛନ୍ତି ଯେ, ଯେଉଁ ଜିଲାରେ ୫୦୦ରୁ ଅଧିକ କେସ ବାହାରିବ ସେଠାରେ ଲକଡାଉନ ଲଗାଯିବ । ଏବେ ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ସେ କହିଛନ୍ତି ।

Comments are closed.