Latest Odisha News

ଦେଶରେ ପାଖାପାଖି ୬୦୦ ହେଲାଣି ଓମିକ୍ରନ୍ କେସ୍

ନୂଆଦିଲ୍ଲୀ: ଦେଶରେ ମାଡୁଛି ଓମିକ୍ରନ୍ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଦିଲ୍ଲୀ ଓ ମହାରାଷ୍ଟ୍ରରେ ବଢ଼ି ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮କୁ ବୃଦ୍ଧି ପାଇଛି । ଦିଲ୍ଲୀରୁ ବାହାରିଛି ସର୍ବାଧିକ ୧୪୨ ଜଣ ନୂଆ ଭାରିଆଣ୍ଟ କେସ୍ ।

ମହାରାଷ୍ଟ୍ରରୁ ଚିହ୍ନଟ ହେଲେଣି ୧୪୧ ଓମିକ୍ରନ୍ ପଜିଟିଭ୍ । ସେହିପରି କେରଳରୁ ୫୭, ଗୁଜରାଟ ୪୯, ରାଜସ୍ଥାନ ୪୩, ତେଲେଙ୍ଗାନାରୁ ୪୧, ତାମିଲନାଡୁରୁ ଚିହ୍ନଟ ହୋଇଛନ୍ତି ୩୪ ଓମିକ୍ରନ୍ ଆକ୍ରାନ୍ତ । ୫୭୮ ଓମିକ୍ରନ୍ ସଂକ୍ରମିତଙ୍କ ମଧ୍ୟରୁ ୧୫୧ ଜଣ ସୁସ୍ଥ ହୋଇଛନ୍ତି ।

ଦିନକରେ ଦେଶରୁ ଚିହ୍ନଟ ହୋଇଛନ୍ତି ୧୫୬ ଓମିକ୍ରନ୍ ସଂକ୍ରମିତ । ଗତକାଲି ଯାଏ ଏହି ସଂଖ୍ୟା ଥିଲା ୪୨୨ । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୬ହଜାର ୫୩୧ ନୂଆ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଛନ୍ତି ୭ହଜାର ୧୪୧ ସଂକ୍ରମିତ । ଏବେ ଦେଶରେ ୭୫ହଜାର ୮୪୧ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି । ଏବେ ଦେଶରେ ସୁସ୍ଥ ହାର ରହିଛି ୯୮.୪୦ ପ୍ରତିଶତ ।

Comments are closed.