Latest Odisha News

କଟକର କିଛି ସ୍ଥାନରେ ସ୍ୱାଭାବିକ ହେଲା ବିଦ୍ୟୁତ ସେବା

କଟକ: ବାତ୍ୟା ଯୋଗୁଁ କଟକ ସହରରେ ବିଦ୍ୟୁତ ସେବା ଏକରକମ ଠପ୍ ହୋଇଯାଇଥିଲା । ମଙ୍ଗଳବାର ଦିନ କଟକର କିଛି ସ୍ଥାନରେ ସେସୁ ପକ୍ଷରୁ ମରାମତି ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରାଯାଇ ଏବେ ବିଦ୍ୟୁତ ସଂଯୋଗ ହୋଇପାରିଛି ।
ମେ ୩ ତାରିଖରେ ଭୟାବହ ବାତ୍ୟା ଯୋଗୁଁ କଟକରେ ଶହ ଶହ ବିଦ୍ୟୁତ ଖୁଣ୍ଟ ଭାଙ୍ଗିରୁଜି ଯିବା ସହିତ କେତେକ ସ୍ଥାନରେ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଥିଲା । ତେବେ କେବଳ କଟକ ସହରରେ ଆନୁମାନିକ ୨୦୦ କୋଟି ଟଙ୍କାରୁ ଅଧିକ ପରିମାଣର କ୍ଷତି ହୋଇଥିବା ସେସୁ ପକ୍ଷରୁ କୁହାଯାଇଛି ।

କଟକର ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ମରାମତିି କାର୍ଯ୍ୟ ସମ୍ପୂଣ୍ଣ ହୋଇ ବିଦ୍ୟୁତ ସେବା ସ୍ୱାଭାବିକ ଚାଲିଛି । ସେହିପରି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ଶିଶୁ ଭବନରେ ବିଦ୍ୟୁତ ସେବା ସୋମବାର ଦିନ ହୋଇଛି ।

ସେସୁ ପକ୍ଷରୁ ସୂଚନାଦେଇ କୁହାଯାଇଛି ଯେ, କଟକରେ ଥିବା ୧୧ କେଭି ଏବଂ ୩୩ କେଭି ଲାଇନର ୭୦ ଭାଗ ମରାମତି କାର୍ଯ୍ୟ ସରିଛି ଏବଂ ଅବଶିଷ୍ଟ ମରାମତି କାର୍ଯ୍ୟ ଖୁବ୍ ଶିଘ୍ର ସମାପ୍ତ ହୋଇଯିବ ।

Leave A Reply

Your email address will not be published.