Latest Odisha News

ଓଡ଼ିଶା ଖେଳାଳି ଦୀପସାନ ତିର୍କୀ ଭାରତୀୟ ଜୁନିୟର ହକି ଦଳର ଅଧିନାୟକ ଘୋଷିତ

ଭୁବନେଶ୍ୱର : ଅଭିଜ୍ଞ ଡ଼ିଫେଣ୍ଡର ତଥା ଓଡ଼ିଆ ହକି ଷ୍ଟାର ଦୀପସାନ ତିର୍କୀ ୨୩ ବର୍ଷରୁ କମ ଭାରତୀୟ ହକି ଦଳର ଅଧିନାୟକ ମନୋନୀତ ହୋଇଛନ୍ତି । ଘୋଷିତ ହୋଇଥିବା ୧୮ ଜଣିଆ ଭାରତୀୟ ଦଳ ଆସନ୍ତା ଜୁଲାଇ ୧୪ ତାରିଖରୁ ବେଲଜିୟମରେ ଅନୁଷ୍ଠିତ ହେବାକୁ ଥିବା ୬ଦେଶୀୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବ ।

ଓଡ଼ିଶା ଖେଳାଳି ଦୀପସାନ ତିର୍କୀଙ୍କ ବ୍ୟତୀତ ଅନ୍ୟ ୨ ଜଣ ଓଡ଼ିଆ ଖେଳାଳି ମଧ୍ୟ ଏହି ଜୁନିୟର ଭାରତୀୟ ଦଳ ଲାଗି ମନୋନୀତ ହୋଇଛନ୍ତି । ସେମାନେ ହେଲେ ଡ଼ିଫେଣ୍ଡର ନୀଲମ ସଞ୍ଜୀବ ଖେସ ଏବଂ ଅଭିଜ୍ଞ ଫରୱାର୍ଡ଼ ଶୀଳାନନ୍ଦ ଲାକ୍ରା ।

ଏହି ଛଅ ଦେଶୀୟ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଜୁଲାଇ ୧୪ ତାରିଖରେ ଖେଳାଯିବ ଏବଂ ପ୍ରଥମେ ଭାରତୀୟ ଦଳ ଭେଟିବ ଆୟାଲ୍ୟାଣ୍ଡ ଦଳକୁ ।

ଭାରତ ବ୍ୟତୀତ ଏହି ଟୁୁର୍ଣ୍ଣାମେଣ୍ଟରେ ଆୟୋଜକ ବେଲଜିୟମ, ଗ୍ରେଟ ବ୍ରିଟେନ, ଆୟାର୍ଲାଣ୍ଡ, ମାଲେସିଆ ଏବଂ ହଲାଣ୍ଡ ଅଂଶଗ୍ରହଣ କରୁଛନ୍ତି । ବେଲଜିୟମରେ ଏହି ଟୁର୍ଣ୍ଣାମେଣ୍ଟ ଜୁଲାଇ ୧୪ରୁ ଆରମ୍ଭ ହୋଇ ଜୁଲାଇ ୨୧ ତାରିଖରେ ସମାପ୍ତ ହେଉଛି ।

Leave A Reply

Your email address will not be published.