Latest Odisha News

BREAKING NEWS

ଅଳ୍ପ ବର୍ଷାରେ ଭାସୁଛି ରାଜଧାନୀ: ଏଯାଏଁ ବିଏମସି ନିଦ ଭାଙ୍ଗୁନି!

ଭୁବନେଶ୍ୱର : ଅଳ୍ପ ବର୍ଷାରେ ରାଜଧାନୀ ବେହାଲ! ବର୍ଷା ପାଣିରେ ଉବୁଟୁବୁ ହେଉଛି ରାଜଧାନୀ । ସ୍ମାର୍ଟସିଟିର ସ୍ୱପ୍ନ ଦେଖୁଥିବା ରାଜଧାନୀ ଭୁବନେଶ୍ୱର ଯେ ଟିକକ ବର୍ଷାରେ ହନ୍ତସନ୍ତ ହେଉଛି ଏବଂ ଏହି ସମସ୍ୟା ରାଜଧାନୀବାସୀଙ୍କର ଦୁଇଦିନ ହେଲା ନିଦ ହଜାଇ ଦେଇଛି ।

ଗତକାଲି ବର୍ଷାରେ ଇସ୍କନ ସାମ୍ନା ରାସ୍ତାରେ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତାରୁ ଜଳ ନିଷ୍କାସନ ନହୋଇ ପାରିବାରୁ ଯାନ ବାହାନ ଚଳାଚଳରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ନକହିବା ଭଲ । ଖାଲି ଇସ୍କନ ପାଖ ନୟାପଲ୍ଲୀ ଅଞ୍ଚଳ ନୁହେଁ ବରଂ ଭୁବନେଶ୍ୱରର ଏକାଧିକ ସ୍ଥାନରେ ବର୍ଷା ଯୋଗୁଁ ଏପରି ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ।

ବିଏମସି ପକ୍ଷରୁ ବର୍ଷା ପୂର୍ବରୁ ଠିକ୍ ଭାବେ ନାଳ ନର୍ଦ୍ଦମା ହେଉଥିବା କଥା ବିଏମସି କହୁଥିବା ବେଳେ ଅଳ୍ପ ବର୍ଷାରେ ରାଜଧାନୀରେ ବନ୍ୟା ପରିସ୍ଥିତି କାହିଁକି ହେଉଛି ବୋଲି ବୁଦ୍ଧିଜୀବିମାନେ ପ୍ରଶ୍ନ କରିଛନ୍ତି ।

ତେବେ ଏହି ବର୍ଷା ଯୋଗୁଁ ରାଜଧାନୀର ବ୍ୟସ୍ତବହୁଳ ଅଞ୍ଚଳ ନୟାପଲ୍ଲୀ, ସତ୍ୟନଗର, ଲକ୍ଷ୍ମୀସାଗର, ବମିଖାଲ, ପୂରୁଣା ଭୁବନେଶ୍ୱର ଓ ରସୁଲଗଡ଼ ରେ ରାସ୍ତା ପାଖ ଘର ଗୁଡ଼ିକରେ ପାଣି ପଶିଯାଇ ଏକ ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ତେବେ ଏହିସବୁ ଅଞ୍ଚଳରେ ନିମ୍ନମାନର ଡ୍ରେନ ବ୍ୟବସ୍ଥା ଯୋଗୁଁ ଏହି ପରିସ୍ଥିତି ସବୁବର୍ଷ ଦେଖାଯାଉଛି ବୋଲି କୁହାଯାଉଛି ।

ରାଜଧାନୀ ଭୁବନେଶ୍ୱରରେ ରବିବାର ଦିନ ୧୬.୨ ମିମି ବର୍ଷା ହୋଇଥିଲା, କିନ୍ତୁ ସୋମବାର ମାତ୍ର ୭ ମିମି ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉପରୋକ୍ତ ଅଞ୍ଚଳରେ ଘରମାନଙ୍କରେ ବର୍ଷାଜଳ ପଶି ଯିବାରୁ ଅକଥନୀୟ ପରିସ୍ଥିତିର ସାମ୍ନା ହେବାକୁ ପଡୁଛି ରାଜଧାନୀ ବାସିନ୍ଦାଙ୍କୁ । ଏହି ସମସ୍ୟାର ସମାଧାନ ଲାଗି ବିଏମସି ଗୁରୁତ୍ୱର ସହିତ ପଦକ୍ଷେପ ନେବାକୁ ସବୁ ମହଲରୁ ଅସନ୍ତୋଷର ଦାନା ବାନ୍ଧିବାରେ ଲାଗିଛି ।

ଏବେ ଏହାକୁ ନେଇ ସମସ୍ତ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ଚାଲିଛି । ଏହି ପରିସ୍ଥିତି ଯେ ଏହି ବର୍ଷାରେ ରେ ଉପୁଜିଛି ତାହା ନୁହେଁ ଗତ କିଛି ବର୍ଷ ହେଲା ଏହି ସବୁ ଅଞ୍ଚଳରେ ରାଜଧାନୀ ବାସିନ୍ଦାଙ୍କୁ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ବିଏମସିର ନିଦ ଭାଙ୍ଗିବ କେବେ? ଏହାକୁ ନେଇ ମଧ୍ୟ କେତେକ ବୈଦ୍ୟୁତିକ ଗଣମାଧ୍ୟମରେ ଚର୍ଚ୍ଚା ବେଶ୍ ଜୋର୍ ଧରିଛି ।

Leave A Reply

Your email address will not be published.