Latest Odisha News

BREAKING NEWS

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର କ୍ଷୟକ୍ଷତି ଆକଳନ ଲାଗି ଏଏସଆଇକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୟଙ୍କର ବାତ୍ୟା ଫନି ପ୍ରଭାବରେ ପୁରୀ ଶ୍ରୀମନ୍ଦିରରେ ହୋଇଥିବା କ୍ଷୟକ୍ଷତି ଆକଳନ କରିବା ନେଇ ଗୁରୁବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ଅନୁରୋଧ କରିଛନ୍ତି । ଭାରତୀୟ ପତ୍ନତତ୍ତ୍ୱ ସର୍ଭେ ବିଭାଗ (ଏଏସଆଇ) ର ଏକ ବିଶେଷଜ୍ଞ ଦଳ ପୁରୀସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଆସି କ୍ଷୟକ୍ଷତି ଆକଳନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡ଼ିଶା ଉପକୂଳ ସମେତ ପୁରୀ ସହରରେ ପ୍ରଳୟଙ୍କରୀ ବାତ୍ୟା ଫନି ସ୍ଥଳପଥ ଛୁଇଁବାପରେ ତାଣ୍ଡବଲୀଳା ରଚିଥିଲା ।

“ପୁରୀସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରର ଭିତ୍ତିଭୂମିରେ ତଥା ମନ୍ଦିର ପରିସରରେ କ୍ଷତି ପହଞ୍ଚିଛି, ଏପରିକି କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିର ମଧ୍ୟ ଏଥିରୁ ବାଦ ପଡ଼ିନି ଏବଂ ପରିଦର୍ଶକମାନଙ୍କ ଲାଗି ଏହା ବନ୍ଦ ରହିଛି,” ବୋଲି ନବୀନ ଦେଇଥିବା ପତ୍ରରେ ଏହା ଉଲ୍ଲେଖ ରହିଛି ।

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଗାମୀ ଜୁଲାଇ ୪ ତାରିଖରେ ପଡୁଥିବା ହେତୁ ଆକଳନ ପରେ ଶ୍ରୀମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ମରାମତି କାର୍ଯ୍ୟ ତୁରନ୍ତ ସମ୍ପନ୍ନ କରିବା ନେଇ ଏହି ପତ୍ରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave A Reply

Your email address will not be published.