Latest Odisha News

BREAKING NEWS

ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି, ଜନଜୀବନ ଅସ୍ତବ୍ୟସ୍ତ…

ଭୁବନେଶ୍ୱର: ସମଗ୍ର ପଶ୍ଚିମ ଓଡ଼ିଶାରେ ରୌଦ୍ରତାପ ବୃଦ୍ଧି ଯୋଗୁଁ ଜନ ଜୀବନ ଅସମ୍ଭାଳ ହୋଇପଡ଼ିଛି । ଟିଟିଲାଗଡ଼ରେ ଗୁରୁବାର ଦିନ ତାପମାତ୍ରା ୪୪.୫ ଡ଼ିଗ୍ରୀ ସେଲସିୟସ ରହିଥିବାର ରେକର୍ଡ଼ କରାଯାଇଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶିତ ସୂଚନାନୁଯାୟୀ, ଟିଟିଲାଗଡ଼ ବ୍ୟତୀତ ଅନ୍ୟ ଯେଉଁ ସବୁ ସ୍ଥାନମାନଙ୍କରେ ୪୦ ଡ଼ିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ଼ କରାଯାଇଛି ସେହିସବୁ ସହରଗୁଡ଼ିକ ହେଲା – ଅନୁଗୁଳ(୪୨.୭), ବାରିପଦା(୪୧.୬), ଝାରସୁଗୁଡ଼ା(୪୪.୮),ସମ୍ବଲପୁର(୪୪.୬),ସୁନ୍ଦରଗଡ଼(୪୨),ହିରାକୁଦ (୪୩.୧), ତାଳଚେର (୪୩.୫), ଭବାନୀପାଟଣା (୪୨.୫), ବଲାଙ୍ଗୀର (୪୫), ମାଲକାନଗିରି (୪୦) ଏବଂ ସୋନପୁର (୪୫) ଡ଼ିଗ୍ରୀ ସେଲସିୟସ ।

ଏତଦ୍ ବ୍ୟତୀତ, ଯେଉଁସବୁ ସହରଗୁଡ଼ିକରେ ପାଖାପାଖି ୪୦ ଡ଼ିଗ୍ରୀ ତାପମାତ୍ରା ରହିଛି ସେହି ସହର ଗୁଡ଼ିକ ହେଲା – ବାଲେଶ୍ୱର (୩୮), ଚାନ୍ଦବାଲି (୩୯.୮), କଟକ (୩୮.୫), କେନ୍ଦୁଝର (୩୯.୮) ଏବଂ କୋରାପୁଟ (୩୯) ଡ଼ିଗ୍ରୀ ସେଲସିୟସ ।

ପାଣିପାଗ ସୂତ୍ରରୁ ଜଣାପଡ଼ିଛି ଯେ, ପଶ୍ଚିମ ଓଡ଼ିଶାରେ ଆଗାମୀ ୩ ଦିନ ଅର୍ଥାତ ୧୨ ତାରିଖ ପର୍ଯ୍ୟନ୍ତ ଏହି ଉତ୍ତାପ ବଳବତ୍ତର ରହିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.