ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା କେସ୍ ୧୦ ହଜାର ତଳକୁ ଖସୁନି । ଉପରମୁହାଁ ହେଉଛି କରୋନା ଗ୍ରାଫ । ସଂକ୍ରମଣ ସହ ବଢୁଛି ଆକ୍ଟିଭ୍ କେସ୍ । ପଜିଟିଭ୍ ହାର ବି ବଢୁଛି । କରୋନା ମାନଚିତ୍ରରେ ବଦଳୁଛି ଓଡ଼ିଶାର ରଙ୍ଗ । ପଜିଟିଭିଟିରେ ନାଲି ହୋଇଚି ଓଡ଼ିଶା । ଆକ୍ଟିଭ୍ କେସ୍ ରେଡ୍ ଜୋନରେ ଅଛି ୫ଟି ଜିଲ୍ଲା ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ସମ୍ୱଲପୁର ଓ ବାଲେଶ୍ୱର ।
୫ ଜିଲ୍ଲାରେ ୬୨% ଆକ୍ଟିଭ୍ କେସ୍
ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୮୪ହଜାର ୭୭୦ ଆକ୍ଟିଭ୍ କେସ୍ ରହିଛି । ଏଥିରୁ କେବଳ ୫ଟି ଜିଲ୍ଲାରେ କେବଳ ୫୨ହଜାର ୯୫୮ କରୋନା ସକ୍ରିୟ ମାମଲା ରହିଛି । ଅର୍ଥାତ୍ ୫ ଜିଲ୍ଲାରେ ଅଛି ରାଜ୍ୟର ୬୨ ପ୍ରତିଶତ ଆକ୍ଟିଭ୍ କେସ୍ । ଖୋର୍ଦ୍ଧାରେ ସର୍ବାଧିକ ୨୯ହଜାର ୭୫୪, ସୁନ୍ଦରଗଡ଼ରେ ୧୦ହଜାର ୫୫୪, କଟକରେ ୫ହଜାର ୯୩୪, ସମ୍ୱଲପୁରରେ ୩ହଜାର ୪୯୮ ଓ ବାଲେଶ୍ୱରରେ ରହିଛି ୩ହଜାର ୨୨୭ ଆକ୍ଟିଭ୍ କେସ୍ ।
ପଜିଟିଭିଟି ରେଡ୍ ଜୋନରେ ୨୫ ଜିଲ୍ଲା
ସେହିପରି ପଜିଟିଭିଟି ରେଡ୍ ଜୋନକୁ ଗଲାଣି ଓଡ଼ିଶାର ୨୫ ଜିଲ୍ଲା । ୟେଲୋ ଜୋରେ ଅଛି କଳାହାଣ୍ଡି, ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲା । ଗ୍ରୀନ୍ ଜୋନରେ ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲା ରହିଛି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୩୬.୧ ପ୍ରତିଶତ ରହିଛି ପଜିଟିଭ୍ ହାର । ଖୋର୍ଦ୍ଧାରେ ୩୧.୭, କଟକରେ ୧୮, କଳାହାଣ୍ଡିରେ ୧୫.୪, ବଲାଙ୍ଗିରରେ ୧୪.୮, ରାୟଗଡ଼ାରେ ୧୪.୬, ମୟୂରଭଞ୍ଜରେ ପଜିଟିଭ୍ ହାର ରହିଛି ୧୨.୪ ପ୍ରତିଶତ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ରାଜ୍ୟରେ କମ୍ ରହିଛି ହସ୍ପିଟଲାଇଜେସନ୍ ।
BREAKING NEWS
- ୨୧ ଫେରିବାଲାଙ୍କୁ ବାନ୍ଧିଲା ପୋଲିସ; ୧୦୬୬ ମୋବାଇଲ ସହ ଅଳଙ୍କାର,ବାଇକ୍ ଜବତ
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
- ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…
- ଆଇଏଫଏସ ଅଧିକାରୀ କେ.ମୁରୁଗେସାନ୍ ହେଲେ ନୂଆ ପିସିସିଏଫ
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
- ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ
- ରଣଜୀ ଟ୍ରଫି: ଓଡିଶା ୨୨୧ ରନରେ ଅଗ୍ରଣୀ
Comments are closed.