Latest Odisha News

BREAKING NEWS

ଦେଖନ୍ତୁ ଭିଡ଼ିଓ: ଟେକା ମାଡ଼ରେ ପାହାଡ଼ରୁ ଗଳି ପଡ଼ିଲା ଭାଲୁ

ଶ୍ରୀନଗର: ଲୋକମାନଙ୍କର ଟେକା ମାଡ଼ରେ ଗୋଟିଏ ଭାଲୁ କିପରି ପାହାଡ଼ରୁ ତଳକୁ ଗଳି ପଡୁଛି, ତାହାର ଭିଡ଼ିଓଟି ରବିବାର ଦିନ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ମିଳିଥିବା ସୂଚନାନୁଯାୟୀ, ଜମ୍ମୁ ଓ କାଶ୍ମୀର ରାଜ୍ୟର କାର୍ଗିଲ ଜିଲ୍ଲା ଅନ୍ତର୍ଗତ ଦ୍ରାସ ଅଞ୍ଚଳରେ ଲୋକମାନେ ଏକ ମାଟିଆ ରଙ୍ଗର ଭାଲୁକୁ ଗୋଡ଼ାଇବାରୁ ଭାଲୁଟି ପାହାଡ଼ ଉପରକୁ ଚଢି ଯାଇଥିଲା । ତେବେ ଲୋକମାନେ ପାହାଡ଼ ଉପରେ ଥିବା ଭାଲୁକୁ ଅତର୍କିତ ଭାବେ ଟେକା ପଥର ମାଡ଼ କରିବାରୁ ଭାଲୁଟି ଭାରସାମ୍ୟ ହରାଇ ପାହାଡ଼ ତଳେ ଥିବା ପାଣିରେ ପଡ଼ି ଯାଇଥିଲା । ଏହି ଦୃଶ୍ୟଟିକୁ ନିଜ ମୋବାଇଲରେ କଏଦ୍ କରିବା ପରେ ସ୍ଥାନୀୟ ଲୋକମାନେ ଏହାକୁ ସୋସିଆଲ୍ ମିଡ଼ିଆରେ ଅପଲୋଡ଼ କରିଦେଇଛନ୍ତି ।

ଏହିପରି ଏକ ଅମାନବୀୟ ଦୃଶ୍ୟକୁ ସବୁ ମହଲରେ ନିନ୍ଦା କରାଯିବା ସହିତ ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳୁବୋଲି ଅଭିଯୋଗ କରାଯାଇଛି । ଏନେଇ କାଶ୍ମୀରର ଏକ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

ନିରୀହ ପଶୁସମ୍ପଦର ସୁରକ୍ଷା ବଦଳରେ ସେମାନଙ୍କ ପ୍ରତି ଅତ୍ୟାଚାର ଏବଂ ନିଷ୍ଠୁରତା ପ୍ରତି ଏହି ଭିଡ଼ିଓ ଦେଖିବା ପରେ ହଜାର ହଜାର ସଂଖ୍ୟାରେ ଲୋକମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.