Latest Odisha News

BREAKING NEWS

ହଲିଉଡ ଅଭିନେତା ରିଚାର୍ଡଙ୍କ ବିବାଦୀୟ ଚୁମ୍ବନ: ଶିଳ୍ପାଙ୍କୁ ପୀଡିତା ଆଖ୍ୟା ଦେଲେ ମୁମ୍ବାଇ କୋର୍ଟ

ମୁମ୍ବାଇ: ୨୦୦୭ରେ ହଲିଉଡ ଅଭିନେତା ରିଚାର୍ଡ ଗେରେ ଏକ ଏଡସ ସଚେତନତା କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ବଳପୂର୍ବକ ଚୁମ୍ବନ ଦେଇଥିଲେ । ଯାହାକୁ ନେଇ ବିବାଦୀୟ ପରିସ୍ଥିତ ସୃଷ୍ଟି ହୋଇଥିଲା । ଦେଶବ୍ୟାପି ଏହାକୁ ବିରୋଧ କରାଯାଇଥିଲା । ଶିଳ୍ପା କାହିଁକି ବିରୋଧ କଲେ ନାହିଁ ସେ ନେଇ ମଧ୍ୟ ପ୍ରଶ୍ନ ଉଠା ଯାଇଥିଲା । ମୁମ୍ବାଇ କୋର୍ଟ ମଙ୍ଗଳବାର ଏହାର ଶୁଣାଣୀ କରି କହିଛନ୍ତି ସମ୍ପୂର୍ଣ୍ଣ ଘଟଣାରେ ଶିଳ୍ପା ପୀଡିତା । ତାଙ୍କ ଅଜାଣତରେ ଏହା ଘଟି ଯାଇଥିଲା ବୋଲି କୋର୍ଟ କହିଛନ୍ତି ।

ପୂର୍ବରୁ ଏଥିରେ କୌଣସି ଷଡଯନ୍ତ୍ର ନାହିଁ ଏବଂ ଏହା ଅପ୍ରତ୍ୟାଶିତ ଭାବେ ଘଟିଥିଲା । ଏଥିସହ ଶିଳ୍ପାଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏହି ମାମଲା ରାଜସ୍ଥାନରୁ ମୁମ୍ବାଇକୁ ସ୍ଥାନାନ୍ତରିତ କରାଯାଇଥିଲା ।

Comments are closed, but trackbacks and pingbacks are open.