ଭୁବନେଶ୍ୱର: ବିଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ଖାଦ୍ୟ ଶୈଳୀ। ଏମିତିକି କହିବାକୁ ଗଲେ ଭାରତରେ ଲୋକେ ନିଜ ଖାଦ୍ୟ ପାନୀୟ ପ୍ରତି ବେଶ୍ ଗୁରୁତ୍ୱ ଦିଅନ୍ତି। ଆଉ ଖାଦ୍ୟ ପାଇଁ ବିଭିନ୍ନ ପ୍ରକାରର ମସଲା ବି ବ୍ୟବହାର ହୋଇଥାଏ । ଯାହାକି ଖାଦ୍ୟର ଟେଷ୍ଟ ସମ୍ପୁର୍ଣ୍ଣ ବଦଳାଇଦେଇଥାଏ।
ହେଲେ କିଛି ଏମିତି ସ୍ଥାନ ରହିଛି ଯେଉଁଠି ଲୋକେ ଜମାରୁ ମସଲା ବ୍ୟବହାର କରନ୍ତି ନାହିଁ। ଆଉ ବଡ଼କଥା ହେଲା ସମସ୍ତେ ମସଲା ବଦଳରେ ବ୍ୟବହାର କରନ୍ତି ବାଲି ଓ ମାଟି।। ଏହା ଶୁଣିଲେ ବେଶ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ସମ୍ପୁର୍ଣ୍ଣ ସତ।
ଇରାନରେ ଏକ ଅଦ୍ଭୁତ ଦ୍ୱୀପ ଅଛି, ଯାହାର ନାଁ ‘ହୋର୍ମୁଜ ଆଇଲ୍ୟାଣ୍ଡ’। ଏହାକୁ ରେନବୋ ଆଇଲ୍ୟାଣ୍ଡ ମଧ୍ୟ କୁହାଯାଇଥାଏ । କାହିଁକି ନା, ଏଠାକାର ମାଟି ଓ ବାଲି ରଙ୍ଗିନ । ଏପରି କି, ପାହାଡ଼, ପର୍ବତଗୁଡିକ ମଧ୍ୟ ଇନ୍ଦ୍ରଧନୁ ପରି ନଜର ଆସିଥାଏ।
ବାସ୍ତବରେ, ହୋର୍ମୁଜ ଆଇଲ୍ୟାଣ୍ଡର ଲୋକମାନେ ସେମାନଙ୍କ ଖାଦ୍ୟରେ ଲୁଣ କି ମସଲା ବ୍ୟବହାର କରନ୍ତି ନାହିଁ, ବରଂ ସେମାନେ ଏହି ସ୍ଥାନର ମାଟି ଓ ବାଲି ଖାଦ୍ୟରେ ପକାନ୍ତି । ଆଶ୍ଚର୍ଯ୍ୟକର କଥା, ଏହି ଲୋକମାନେ ଏହାକୁ ଅତି ସଉକରେ ମଧ୍ୟ ଖାଇ ଥାଆନ୍ତି ।
ପ୍ରଥମେ ବାଲି ଗୁଡିକୁ ସଫା କରି ତାପରେ ଏହି ବାଲିକୁ ବିଭିନ୍ନ ଖାଦ୍ୟରେ ପକାଇଥାନ୍ତି। ଏହି ସ୍ଥାନରେ ବ୍ୟଞ୍ଜନ ଗୁଡିକ ମଧ୍ୟ ବେଶ୍ ଫେମସ୍ । ଏଠାରେ ମାଛର ଭିନ୍ନ ଡିସ୍ ତିଆରି ହୋଇଥାଏ । ଭେରାଇଟି ମାଛ ଅଣାଯାଇ ଭିନ୍ନ ଭିନ୍ନ ବାଲି ଦେଇ ଏଥିରେ ତିଆରି ହୋଇଥାଏ ଖାଦ୍ୟ। ଯାହାକି ବାହାର ଲୋକଙ୍କୁ ବି ବେଶ ପସନ୍ଦ ଆସିଥାଏା
ଏହି ଘଟଣା ବିଶ୍ୱ୍ୱାସ ନହେଲେ ବି ସମ୍ପୁର୍ଣ୍ଣ ସତ। ହେଲେ ଆଶ୍ଚର୍ଯ୍ୟର କଥା ଲୋକେ ଏଠାରେ କଣ ପାଇଁ ମସଲା ବଦଳରେ ବାଲି ବ୍ୟବହାର କରିଥାନ୍ତି। ଆଉ ପ୍ରତିଦିନ ଏହି ରକମର ବାଲି ଖାଇବା ଦ୍ୱାର କେିମତି ସେମାନେ ସୁସ୍ଥ ରହିଛନ୍ତି। ତାର କାରଣ କିନ୍ତୁ କାହାରିକୁ ବି ଜଣା ନାହିଁ। . .
BREAKING NEWS
- India France Deal: ରାଫେଲ, ହାମର, ପିନାକା… ଭାରତ-ଫ୍ରାନ୍ସ ବନ୍ଧୁତାରୁ ବିଶ୍ୱକୁ ବଡ଼ କୂଟନୈତିକ ବାର୍ତ୍ତା, ଆତ୍ମନିର୍ଭର ଭାରତର ପ୍ରତିଫଳନ…
- ବିଧାନସଭାରେ ହଟ୍ଟଗୋଳ; ୪ଟା ଯାଏଁ ଗୃହ ମୁଲତବି
- T 20 ବିଶ୍ବକପ କ୍ରିକେଟ ବେଟିଂ ବେଳେ ଚଢ଼ଉ, ୧୫ ଅଟକ
- Rajya Sabha Elections: ଏହି ଦିନ ହେବ ରାଜ୍ୟସଭା ନିର୍ବାଚନ, ଘୋଷଣା ହେଲା ତାରିଖ…
- Odisha Assembly Budget Session: ଧାନ ପ୍ରସଙ୍ଗ ନେଇ ଗୃହ ଅଚଳ, ମୁଣ୍ଡରେ ଧାନ ମୁଣ୍ଡାଇ ଗୃହକୁ ଆସିଲେ ବିଜେଡି ବିଧାୟକ…୧୧.୩୦ ଯାଏଁ ଗୃହ ମୁଲତବି
- NASA Scientist Warning: ଧ୍ଵଂସ ହୋଇଯିବ ଅନେକ ସହର!
- ସ୍ପ୍ରେ ମାରି ସୁନା ଦୋକାନରୁ ଲୁଟ୍ ଘଟଣା: ଅଭିଯୁକ୍ତ ନାବଳକ ଗିରଫ
- ଆମେରିକା ସେନାର ବଡ଼ ଆକ୍ରମଣ: ୧୧ ଜଣଙ୍କ ମୃତ୍ୟୁ
- ଜେଲରେ ବିକ୍ରମ ପଣ୍ଡା ଅସୁସ୍ଥ, ପୁଣି ଏମକେସିଜିରେ ଭର୍ତ୍ତି
- ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ
Comments are closed.