ଭୁବନେଶ୍ୱର :କେବିଏନ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା ଗିରଫ । ଭୁବନେଶ୍ୱରରୁ ବୁବୁ ଜେନାକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ଅଭିଯୁକ୍ତ ବୁବୁ ନିକଟରୁ ଗୋଟିଏ ଖଣ୍ଡା ଜବତ କରିଛି ପୋଲିସ । ରାଜଧାନୀରେ ବିଳମ୍ବିତ ରାତିରେ ଆତଙ୍କ ଖେଳାଉଥିଲା କେବିଏନ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ବୁବୁ । ଆଗରୁ ଏହି ଗ୍ୟାଙ୍ଗର ୭ ଜଣ ଗିରଫ ହୋଇଥିବା ବେଳେ ଆଜି ମୁଖ୍ୟ ଅଭିଯୁକ୍ତ ଗୁବୁ ଜେନାକୁ ଗିରଫ କରିଛି ପୋଲିସ ।
ଏହି ଗ୍ୟାଙ୍ଗ ରାତି ହେଲେ ରାଜଧାନୀର ଛାତି ଉପରେ ବନ୍ଧୁକ ଧରି ବୁଲୁଥିଲେ । ରାଜଧାନୀରେ ଜମି ଦେବା ନାଁରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ବଟି ଆଦାୟ କରୁଥିଲେ । ଭରତପୁର ,ତମାଣ୍ଡୋ, ଚନ୍ଦକା, ଇମ୍ପୋସିଟି ଆଦି ଅଞ୍ଚଳରେ ବେଆଇନ ଜମି କିଣାବିକା କରିବା ଏହି ଗ୍ୟାଙ୍ଗର ବ୍ୟବସାୟ ଥିଲା । ଏହି ସବୁ ଅଞ୍ଚଳରେ ଜମି ଗୁଡିକୁ ଜବର ଦଖଲ କରୁଥିଲେ ।
ତା ସହ ଖଣ୍ଡଗିରି, ଘାଟିକିଆ, ଡେଲଟା , ଫାୟାର ଷ୍ଟେସନ,ସିଆରପି ଛକରୁ ଏହି ଗ୍ୟାଙ୍ଗ ମାସିକିଆ ବଟି ଆଦାୟ କରୁଥିଲା ଏହି ଗ୍ୟାଙ୍ଗ। ତେବେ ଏହି ଗ୍ୟାଙ୍ଗର ମୁଖ୍ୟ ମାଷ୍ଟର ମାଇଣ୍ଡ ଦେବୀପ୍ରସାଦ ଜେନା ଓରଫ ବୁବୁ ଜେନାକୁ ଗିରଫ କରିଛି ପୋଲିସ । ତେବେ ଏହି କାରାବାରରେ ଆଉ କେଉଁମାନେ ସୃପୃକ୍ତ ଅଛନ୍ତି ସେନେଇ ତନାଘନା ଚଳାଇଛି ପୋଲିସ ।
Comments are closed.