ଦୁବାଇ: ସ୍ପଟ ଫିକ୍ସିଂ ମାମଲାରେ ଜିମ୍ବାୱେର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ଟେଲରଙ୍କୁ ଆଇସିସି ବାସନ୍ଦ କରିଛି । ଟେଲର ସାଢ଼େ ତିନି ବର୍ଷ କୌଣସି ଟୁର୍ଣ୍ଣାମେଂଟରେ ଭାଗ ନେଇପାରିବେ ନାହିଁ । ପୂର୍ବରୁ ଟେଲର ଭାରତରେ କିପରି ଜଣେ ବ୍ୟବସାୟୀ ନିଶା ଖୁଆଇବା ସହ ସ୍ପଟ ଫିକ୍ସିଂ ପାଇଁ ବ୍ଲାକମେଲ କରାଇଥିଲେ ତାହା ପ୍ରକାଶ କରିଥିଲେ । ଯେ ହେତୁ ସେ ସମୟରେ ଟେଲର ଆଇସିସିକୁ ଏ ନେଇ କୌଣସି ସୂଚନା ଦେଇ ନ ଥିଲେ ସେଥିପାଇଁ ତାଙ୍କୁ ଏହି ଦଣ୍ଡ ପ୍ରଦାନ କରାଯାଇଛି ।
ଟେଲର ଜିମ୍ବାୱେ ପକ୍ଷରୁ ୨୦୦୪ରୁ ୨୦୨୧ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସେ ଓଭରାଲ ୨୮୪ ମ୍ୟାଚରେ ୧୭ ଶତକ ସହ ମୋଟ ୯୯୩୮ ରନ ସଂଗ୍ରହ କରିଥିଲେ ।
Comments are closed.