Latest Odisha News

BREAKING NEWS

ତୁମକୁ ଦେଖିଲା ପରେ

ତୁମକୁ ଦେଖିଲା ପରେ
ଶିବାନନ୍ଦ ବନଛୋର

ତୁମକୁ ଦେଖିଲା ପରେ
ଓଲଟ ପାଲଟ ହୋଇଯାଏ
ମୋ ଜୀବନର ଗଣିତ
ନା ମିଶାଣ, ନା ଫେଡାଣ
କିଛି ବି ସଠିକ ହୁଏନି
ଜୀବନର ଅଙ୍କକଷାରେ ।

ତୁମକୁ ଦେଖିଲା ପରେ
ଜୀବନର ଫିଜିକ୍ସରେ
ଜାଣିପାରେନି ଫରକ
ପ୍ରତିକଳ୍ପନ ଓ ପ୍ରତିସରଣ ମଧ୍ୟରେ ।

ତୁମକୁ ଦେଖିଲା ପରେ
ସମୟ ବି ରହିଯାଏ ଥରୁଟିଏ ପାଇଁ
ଠିକ୍ ବ୍ୟାଟେରୀ ବିହୀନ ଘଣ୍ଟା ପରି
ସେକେଣ୍ଡ କଣ୍ଟା ବି ଭୁଲିଯାଏ ଘୁରିବା ପାଇଁ ।

ତୁମକୁ ଦେଖିଲା ପରେ
ଷ୍ଟାଟ୍ ହୁଏନି ମୋ ବାଇକ୍
ତୁମ ଅଗଣାର ରାସ୍ତାରେ
କାଳେ ତେଲ ସରିଯିବା ଭୟରେ ।

ତୁମକୁ ଦେଖିଲା ପରେ
ଚାଲୁ ଚାଲୁ ଝୁଣ୍ଟିପଡେ
ସମତଳ ରାସ୍ତାରେ ବି
ତଥାପି ଜାଣିପାରେନା ତା କଷ୍ଟ ।

ତୁମକୁ ଦେଖିଲା ପରେ
ହାରିଯାଏ ମୋ ନିଜକୁ
ତୁମ ଓଢଣୀ ତଳେ
ଆଉ ତୁମେ ଜିତିଯାଅ ମୋଠାରୁ
ହେଲେ ତୁମଠାରୁ ହାରିବାରେ ବି ରହିଥାଏ
ମୋ ଆନନ୍ଦର ଅନୁଭବ
ନିଜଠାରୁ ନିଜେ ହାରିବାରେ ହିଁ ତ ମିଳେ
ପ୍ରକୃତ ଖୁସି ।
…………….
ଝାରବନ୍ଧ, ବରଗଡ

Leave A Reply

Your email address will not be published.