Latest Odisha News

BREAKING NEWS

ଆଜି ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ: ୫୯ଟି ଲୋକସଭା ଆସନ ଲାଗି ଚାଲିଛି ଭୋଟଗ୍ରହଣ

ନୂଆଦିଲ୍ଲୀ: ଆଉ ମାତ୍ର ୪ଟି ଦିନ ବାକି ରହିଛି ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ହେବାକୁ, ତେବେ ତାହା ପୂର୍ବରୁ ଆଜି ଅନୁଷ୍ଠିତ ହେଉଛି ୫୯ଟି ଲୋକସଭା ଆସନ ଲାଗି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ।

ଆଜି ରବିବାର ଦିନ ସକାଳ ୭ଟା ଠାରୁ ସମୁଦାୟ ୭ଟି ରାଜ୍ୟ ସହିତ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି ଭୋଟଗ୍ରହଣ । ଏହି ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନରେ ପଞ୍ଜାବ ଓ ଉତ୍ତରପ୍ରଦେଶର ୧୩ଟି ଲେଖାଏଁ, ପଶ୍ଚିମବଙ୍ଗରେ ୯ଟି, ବିହାର ଓ ମଧ୍ୟପ୍ରଦେଶରେ ୮ଟି ଲେଖାଏଁ ଆସନ, ହିମାଚଳ ପ୍ରଦେଶର ୪ଟି ଆସନ, ଝାଡ଼ଖଣ୍ଡରେ , ଝାଡ଼ଖଣ୍ଡରେ ୩ଟି ଆସନ ତଥା ଚଣ୍ଡିଗଡ଼ର ଗୋଟିଏ ଆସନରେ ଆଜି ଭୋଟଗ୍ରହଣ ଅନୁଷ୍ଠିତ ହେଉଛି ।

ମଧ୍ୟପ୍ରଦେଶ – ଇନ୍ଦୋର, ଧର୍, ଉଜ୍ଜୟିନୀ, ରତଲମ, ମଣ୍ଡସୌର, ଦିବାସ, ଖଗଣ୍ଡ, ଖଣ୍ଡବା ।
ପଶ୍ଚିମବଙ୍ଗ – ଦମଦମ୍, ଯାଦବପୁର, ବାରାସତ, ଜୋଏନଗର, ମଥୁରାପୁର, ଡ଼ାଇମଣ୍ଡ ହାର୍ବର, କୋଲକାତା ସାଉଥ, କୋଲକାତା ନର୍ଥ ।

ଆଜିର ମତଦାନରେ ଯେଉଁ ହେଭିୱେଟମାନଙ୍କର ଭାଗ୍ୟ ନିର୍ଣ୍ଣୟ ହେବାକୁ ଯାଉଛି ସେମାନେ ହେଲେ
ଉତ୍ତରପ୍ରଦେଶ ବାରଣାସୀ ଆସନରୁ ନରେନ୍ଦ୍ର ମୋଦୀ, ବିହାର ପାଟଣା ସାହିବରେ ଶତ୍ରୁଘ୍ନ ସିହ୍ନା, ପଞ୍ଜାବ ଫିରୋଜପୁରରେ ସୁଖବୀର ସିଂହ ବାଦଲ, ଆନନ୍ଦପୁର ସାହିବରେ ମନିଶ ତିୱାରୀ, ଚଣ୍ଡିଗଡ଼ରେ କିରଣ ଖେର, ପଶ୍ଚିମବଙ୍ଗ ଡ଼ାଇମଣ୍ଡ ହାର୍ବରରେ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ, ପଞ୍ଜାବ ଗୁରୁଦାସପୁରରେ ବିଜେପି ପ୍ରାର୍ଥୀ ସନ୍ନି ଦେଓଲ, ବିହାର ପାଟଳିପୁତ୍ରରେ ଲାଲୁ ଯାଦବଙ୍କ ଝିଅ ମିସା ଭାରତୀ, ବିହାର ପାଟଣା ସାହିବରେ ରବିଶଙ୍କର ପ୍ରସାଦ, ଉତ୍ତରପ୍ରଦେଶ ଗୋରଖପୁରରେ ରବି କିସନ ଯିଏକି ଭୋଜପୁରୀ ଅଭିନେତା ବିଜେପି ଟିକଟରେ ନିର୍ବାଚନ ଲଢୁଛନ୍ତି ।

Leave A Reply

Your email address will not be published.