ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡ଼ିଏ ପୁନର୍ବାର କ୍ଷମତାକୁ ଫେରିବ ବୋଲି ରବିବାର ଦିନ ଦେଶର ଅଧିକାଂଶ ଗଣମାଧ୍ୟମ ସଂସ୍ଥାର ଏକଜିଟ ପୋଲ୍ ସର୍ଭେରୁ ଜଣାପଡ଼ିଛି ।
ଦେଶରେ ସମୁଦାୟ ୫୪୨ଟି ଲୋକସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଛି । ଟୁଡ଼େସ ଚାଣକ୍ୟ ଏକଜିଟ୍ ପୋଲ୍ ଅନୁଯାୟୀ, ୩୫୦ଟି ଆସନ ଏନଡ଼ିଏକୁ ମିଳୁଥିବା ବେଳେ କେବଳ ବିଜେପିକୁ ୩୦୦ ଆସନ ମିଳିବାର ପୂର୍ବାନୁମାନ ହୋଇଛି ।
ଟାଇମ୍ସ ନାଓ ଭିଏମଆର୍ ଏକଜିଟ୍ ପୋଲ୍ ଅନୁଯାୟୀ ଏନଡ଼ିଏକୁ ୩୦୬ଟି, ୟୁପିଏକୁ ୧୩୨ଟି ଆସନ ଏବଂ ଅନ୍ୟ ଦଳଗୁଡ଼ିକୁ ୧୦୪ଟି ଆସନ ମିଳିପାରିବ ।
ସେହିପରି ଏନଡ଼ିଟିଭି ପକ୍ଷରୁ ହୋଇଥିବା ଏକଜିଟ୍ ପୋଲ ଅନୁସାରେ ଏନଡ଼ିଏକୁ ୩୦୨ଟି, ୟୁପିଏକୁ ୧୨୨ଟି ଏବଂ ଅନ୍ୟ ଦଳ ଗୁଡ଼ିକ ୧୧୮ଟି ଆସନ ପାଇବେ ।
ନ୍ୟୁଜ ୧୮ ଇପସୋସ ଅନୁସାରେ ଏନଡ଼ିଏକୁ ୩୩୬, ୟୁପିଏକୁ ୮୨ଟି ଏବଂ ଅନ୍ୟ ଦଳ ଗୁଡ଼ିକୁ ୧୨୪ଟି ଆସନ ମିଳିପାରିବ ।
ସି-ଭୋଟର୍ ଅନୁଯାୟୀ, ଏନଡ଼ିଏକୁ ୨୮୭ଟି, ୟୁପିଏକୁ ୧୨୮ଟି ଏବଂ ଅନ୍ୟ ଦଳଗୁଡ଼ିକୁ ୧୨୭ଟି ଆସନ ମିଳିପାରିବ ବୋଲି ଜଣାପଡ଼ିଛି ।
ରିପବ୍ଲିକ ଟିଭି ଅନୁଯାୟୀ, ଏନଡ଼ିଏକୁ ୨୮୭ଟି ଆସନ, ୟୁପିଏକୁ ୧୨୮ଟି ଏବଂ ମହାଗଠବନ୍ଧନକୁ ୪୦ଟି ଆସନ ଏବଂ ଅନ୍ୟ ଦଳଗୁଡ଼ିକୁ ୮୭ଟି ଆସନ ମିଳିପାରିବ ।
ମୋଟ ଲୋକସଭା ଆସନ – ୫୪୨ –
ଏନଡ଼ିଏ – ୟୁପିଏ – ମହାଗଠବନ୍ଧନ – ଅନ୍ୟ
ରିପବ୍ଲିକ ଟିଭି ସି-ଭୋଟର୍ – ୨୮୭ – ୧୨୮ – ୪୦ – ୮୭
ଟାଇମ୍ସ ନାଓ-ଭିଏମଆର – ୩୦୬ – ୧୩୨ – – ୧୦୪
ନ୍ୟୁଜ୍ ୧୮ – ଆଇପିସୋସ – ୩୩୬ – ୮୨ – ୧୨୪
ଏନଡ଼ିଟିଭି – ୩୦୨ – ୧୨୨ – ୧୧୮
ସୁଦର୍ଶନ ନ୍ୟୁଜ – ୩୧୩ – ୧୨୧ –
ଟୁଡ଼େସ ଚାଣକ୍ୟ – ୩୫୦ – ୯୫ –
ସି – ଭୋଟର୍ – ୨୮୭ – ୧୨୮ – –