ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ବଢୁଥିବା ବେଳେ ଏହାର ପ୍ରଭାବ ଏବେ ବିମାନ ଇନ୍ଧନ ଉପରେ ପଡ଼ିଛି । ଦେଶରେ ଜେଟ୍ ଫୁଏଲ ଦର ସର୍ବକାଳୀନ ଉଚ୍ଚତମ ସ୍ତରକୁ ପହଞ୍ଚିଛି । ବୁଧବାର ବିମାନ ଇନ୍ଧନର ମୂଲ୍ୟରେ ୫.୨ ପ୍ରତିଶତ ବୃଦ୍ଧି ହୋଇଛି । ଚଳିତ ଥରକୁ ମିଶାଇ ୪ଥର ବିମାନ ଇନ୍ଧନର ଦର ରେକର୍ଡ ସ୍ତରକୁ ପହଞ୍ଚିଛି ।
ସୂଚନା ଅନୁସାରେ ଦିଲ୍ଲୀରେ ଏଭିଏସନ ଟର୍ବାଇନ ଫୁଏଲ ପ୍ରତି କିଲୋଲିଟର ୪ହଜାର ୪୮୧ଟଙ୍କା ୬୩ ପଇସା ବୃଦ୍ଧି ସହ ୯୦ ହଜାର ୫୧୯ଟଙ୍କା ୭୯ ପଇସାକୁ ପହଞ୍ଚିଛି। ଅଗଷ୍ଟ ୨୦୦୮ରେ ପ୍ରତି କିଲୋଲିଟର ଟର୍ବାଇନ ଫୁଏଲ ଦର ୭୧ହଜାର ୨୮ ଟଙ୍କା ୨୬ ପଇସା ଥିଲା।
ଏବେ ଅଶୋଧିତ ତୈଳ ବାରଲପିଛା ଦର ୨୦୦୮ ତୁଳନାରେ ବହୁତ କମ ଥାଇ ମଧ୍ୟ ଟର୍ବାଇନ ଫୁଏଲ କିଲୋଲିଟର ପିଛା ଦର ୯୦ ହଜାର ୫୧୯ଟଙ୍କା ୭୯ ପଇସାକୁ ଛୁଇଁବା ଏହାର ସର୍ବକାଳୀନ ଉଚ୍ଚତମ ଦର ବୋଲି କୁହାଯାଉଛି।
Comments are closed.