Latest Odisha News

BREAKING NEWS

ଆସନ୍ତାକାଲି ଉତ୍ତରପ୍ରଦେଶରେ ହେବ ଚତୁର୍ଥ ପର୍ଯ୍ୟାୟ ଭୋଟ

ଉତ୍ତରପ୍ରଦେଶ : ଆସନ୍ତାକାଲି ଉତ୍ତରପ୍ରଦେଶରେ ହେବ ଚତୁର୍ଥ ପର୍ଯ୍ୟାୟ ଭୋଟ । ୯ ଜିଲ୍ଲାର ୫୯ ଆସନ ପାଇଁ ହେବ ମତଦାନ । ପିଲିଭିଟ୍, ଲଖିମପୁର-ଖେରି, ସୀତାପୁର, ହାରଦୋଇ, ଉନ୍ନାଓ, ଲକ୍ଷ୍ନୌ, ରାଇବରେଲି, ବାନ୍ଦା ଓ ଫତେହପୁର ଜିଲ୍ଲାର ୫୯ ଆସନ ପାଇଁ ନେତା ବାଛିବେ ଭୋଟର । ୫୯ ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ୬୨୪ ପ୍ରାର୍ଥୀ । ଚତୁର୍ଥ ପର୍ଯ୍ୟାୟରେ ବାଜିରେ ଲାଗିଛି ଉତ୍ତରପ୍ରଦେଶର ଚାରି ମନ୍ତ୍ରୀଙ୍କ ଭାଗ୍ୟ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଗଡ଼ ରାୟବରେଲୀରେ କଂଗ୍ରେସ ଛାଡ଼ି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିବା ଆଦିତି ସିଂଙ୍କୁ ପ୍ରାର୍ଥୀ କରିଛି ଦଳ ।

ଚତୁର୍ଥ ପର୍ଯ୍ୟାୟରେ ଲକ୍ଷ୍ନୌ ସରୋଜିନୀ ନଗର ସିଟ୍ ଉପରେ ସମସ୍ତ ନଜର ରହିଛି । ଏହି ସିଟରେ ବିଜେପି ପୂର୍ବତନ ଇଡି ଅଫିସର ରାଜେଶ୍ବର ସିଂଙ୍କୁ ଟିକେଟ ଦେଇଥିବା ବେଳେ ସମାଜବାଦୀ ପାର୍ଟି ପୂର୍ବତନ ମନ୍ତ୍ରୀ ଅଭିଷେକ ମିଶ୍ରାଙ୍କୁ ପ୍ରାର୍ଥୀ କରିଛି । ୟୁପିର ମୋଟ ୪୦୩ ସିଟ୍‌ ମଧ୍ୟରୁ ତିନୋଟି ପର୍ଯ୍ୟାୟରେ ୧୭୨ ଆସନ ପାଇଁ ଭୋଟ ଗ୍ରହଣ ସରିଛି । ଆସନ୍ତା ମାର୍ଚ୍ଚ ୭ ତାରିଖରେ ଉତ୍ତର ପ୍ରଦେଶରେ ଶେଷ ପର୍ଯ୍ୟାୟ ଭୋଟିଂ ସରିବା ପରେ ମାର୍ଚ୍ଚ ୧୦ରେ ହେବ ଭୋଟ ଗଣତି ।

Comments are closed.