ମାଡ୍ରାସ: ଗୌହାଟୀର ନେହେରୁ ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟରେ ତାମିଲନାଡୁର ଯମଜ ଭ୍ରାତା ବାବା ଇନ୍ଦ୍ରଜିତ ଓ ବାବା ଅପରାଜିତ ଶତକ ହାସଲ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ଛତିଶଗଡ ବିପକ୍ଷ ମ୍ୟାଚର ପ୍ରଥମ ଦିବସରେ ଏହି ଦୁଇ ଭାଇଙ୍କ ଶତକ ବଳରେ ତାମିଲନାଡୁ ୪ ୱିକେଟ ବିନିମୟରେ ୩୦୮ ରନ ସଂଗ୍ରହ କରି ଦୃଢ଼ ସ୍ଥିତିରେ ରହିଛି ।
ଇନ୍ଦ୍ରଜିତ ୧୪୧ ବଲରେ ୧୨୭ ଏବଂ ଅପରାଜିତ ୧୯୭ ବଲରେ ୧୦୧ ରନ କରିଥିଲେ । ତାମିଲନାଡୁର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଉଭୟ ତୃତୀୟ ୱିକେଟ ଯୋଡିରେ ୨୦୬ ରନ ସଂଗ୍ରହ କରି ଦଳକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ । ପୂର୍ବରୁ ଦିଲ୍ଲୀ ବିପକ୍ଷରେ ଇନ୍ଦ୍ରଜିତ ଶତକ ହାସଲ କରିଥିଲେ ।
Comments are closed.