Latest Odisha News

ଆସନ୍ତା ରବିବାରରେ ଶ୍ରୀଲୋକନାଥ ମନ୍ଦିରରେ ଅନୁଷ୍ଠିତ ହେବ ପଙ୍କଉଦ୍ଧାର ନୀତି

ପୁରୀ : ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ଦେବଙ୍କ ମନ୍ଦିରରେ ଆସନ୍ତା ରବିବାର ଅନୁଷ୍ଠିତ ହେବ ପଙ୍କଉଦ୍ଧାର ନୀତି । ଚଳିତବର୍ଷ କୋଭିଡ କଟକଣା କୋହଳ ହୋଇଥିବାରୁ ପଙ୍କଉଦ୍ଧାର ନୀତିରେ ସମସ୍ତ ସେବାୟତ ସାମିଲ ହୋଇ ଏହି ନୀତି ସମ୍ପାଦନ କରିବେ । ସେହିପରି ସ୍ବତନ୍ତ୍ର ବ୍ୟାରିକେଡ଼ ମାଧ୍ୟମରେ ଶ୍ରଦ୍ଧାଳୁମାନେ ପ୍ରଭୁ ଶ୍ରୀଲୋକନାଥ ଦେବଙ୍କୁ ପଙ୍କ ଉଦ୍ଧାର ପରେ ଦର୍ଶନ କରିପାରିବେ ।

ବର୍ଷ ତମାମ ଲାଗି ହୋଇଥିବା ମାନସିକ ନୈବେଦ୍ୟକୁ ଏକାଦଶୀ ଦିନ ଉଝଲା ଯିବାର ପରମ୍ପରା ରହିଥିବା ବେଳେ, ସେହିଦିନ ଶ୍ରୀଲୋକନାଥ ଦେବଙ୍କର ପ୍ରତ୍ୟକ୍ଷ ଶୈବଲିଙ୍ଗ ଦର୍ଶନର ସୌଭାଗ୍ୟ ମିଳିଥାଏ । ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ଶ୍ରୀଲୋକନାଥ ଦେବଙ୍କ ମନ୍ଦିରରେ ମହାଶିବରାତ୍ରୀ ଓ ପଙ୍କୋଦ୍ଧାରରେ ସ୍ବତନ୍ତ୍ର ନୀତି କରାଯିବ । ଭୋର ୨ଟାରୁ ଦ୍ବାର ଫିଟା ସହ ବିଭିନ୍ନ ନୀତିକାନ୍ତି ବଢ଼ି ସକାଳ ୮ଟାରୁ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହେବ । ପରେ ଦିନ ୧୨ଟାରୁ ସାଧାରଣ ଭକ୍ତ ମାନେ ପ୍ରଭୁ ଲୋକନାଥଙ୍କୁ ଦର୍ଶନ କରିପାରିବେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ, ମଙ୍ଗଳବାର ଜାଗର ଯାତ୍ରା ପାଇଁ ମଧ୍ୟ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି ।

Comments are closed.