ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୨
ମୁଁ ଭାବୁଛି କୋଉଠି ଗୋଟେ ଜଏନ୍ କରିବି । କିଛି ହେଲେ କରିବି । ଘରେ ଭାରି ବୋର୍ ଲାଗୁଛିା’
ମୁଁ ଭାବିଲି ଏଇ ସାତ ଆଠଦିନ ଭିତରେ ତୁମେ ଲାଇନ୍କୁ ଆସିଯାଇଥିବ । ପୁଣି ଷ୍ଟାର୍ଟ କଲ?
କ’ଣ କରିବି ! ସତ କହୁଛି ଭାରି ଏକୁଟିଆ ଲାଗୁଛି ଏତେ ବଡ଼ ଘର ଭିତରେ । ତୁମେ ବି ତ’ ଏ ଭିତରେ ମତେ ଥରୁଟେ ବି ମେସେଜ କି’ ଫୋନ୍ କଲନି । ଦୁଇଦିନ କହି ଆଠଦିନ ରହିଗଲ । କୁମାର ହାତରେ ଖବର ଦେଇଥିଲି । କହିଥିବ ତ’ ଆସିକି?
ହୁଁ….କହିଥିଲେ । ଏଇଇଇ.. ସତ କହୁଛି ଟାଇମ୍ କଟୁନି.. କାଟିପାରିଲେ କଟିବ ।
ଆରେ, ଉପରେ ଫ୍ଲୋର୍ରେ ହୋମ୍ ଥିଏଟର୍ । ଫିଲ୍ମ ଦେଖ । ଲାଇବ୍ରେରୀ ସେମିତି ବନ୍ଦ ପଡୁଛି, ଚାହିଁଲେ ସେଥିରୁ କିଛି ବୁକ୍ସ୍ ତୁମେ ପଢିଲେ କିଛି ଅସୁବିଧା ଅଛି? ଚାହିଁବ ଯଦି ତୁମ ମନ ପସନ୍ଦର ବହି ମଗେଇପାରିବ । ଜିମ୍ ତ କୋଉ କାଳୁ
ସେମିତି ପଡିଛି, ମତେ ଟାଇମ୍ ନାହିଁ ବୋଲି । ରଘୁବୀର୍ ତା’ ସ୍ତ୍ରୀ ଡେଲି ଧୂଳି ଝାଡୁଛନ୍ତି । ସେ ସବୁ ମେସିନ୍ ଚାଲୁ ରହିଲେ ମେଣ୍ଟନ୍ ହେଇ ରହିବ । ତଳେ ଗାର୍ଡେନ୍ରେ ଟିକେ ବୁଲିଲେ, ଜିମ୍ରେ କିଛି ୱାକ୍ ଆଉଟ୍ କଲେ, ଫିଟ୍ ରହିବକି ନାହିଁ?’
ହୁଁ ..
ତମେ ଯୋଉ ହିସାବରେ ହୁଁ ମାରୁଛ ଆଇ ଡାଉଟ୍ କି ତୁମେ କରୁ ଥିବ ! କରୁଛ? ଦେଖ ଆଜି ଫିଟ୍ ଅଛ । ଫିଗର୍ ମେଣ୍ଟନ୍ ନକଲେ ମୋଟି ହେଇଯିବ ।
ହୁଁ କରୁଛି । ହେଲେବି ସାରାଦିନ କଟୁନି ।
ମାଇ ଗଡ଼୍ ଇଉ ଆର ସୋ ଇରିଟେଟିଙ୍ଗ ୟାର୍ । ଯେତେ ବୁଝେଇଲେବି ବୁଲିବୁଲିକି ପୁଣି ସେଇଠି । ଆରେ ଏମିତି ସମୟ
କାଟିବନି, ଖାଲି ମୋଅରି ସାଙ୍ଗେ ବୁଲିଲେ ହୋଉଛି, ନହେଲେ କୋଉ ଥ୍ରାଡ଼ଗ୍ରେଡ଼ କମ୍ପାନୀରେ ଯାଇ କାହାର ପି ଏ ହବ । ନାଇଁ? ସେ ବାଜେ କଥା ମୁଣ୍ଡରୁ କାଢ଼ । ଯାହା ବି ହୋଉ, ତୁମେ ଜାଣିଛ ତୁମେ କେତେ ବଡ଼ ଇଣ୍ଡଷ୍ଟ୍ରିର ମାଲାକାଣୀ । ବାହାରେ
କାମ କରିବ! ମୋ ସମ୍ମାନ ରହିବ ତ?’
ତାହେଲେ ତୁମ ଅଫିସରେ…
ସେଠି ତୁମ ଲାୟକ କିଛି କାମ ନାହିଁ । ଆରେ ଘରେ ରୁହ ଲାଇଫ୍ ଏନ୍ଜଏ କର । ଆମେ ବେବି ପ୍ଲାନ କରୁଛନ୍ତି । ଟାଇମ୍ ଅଭାବ ହବ ଆଗକୁ । କଟୁନି କ’ଣ? ବେକାର କଥା ମୁଣ୍ଡରେ ପୁରଉଛ! ଯେତେ ବୁଝେଇଲେ ବି ସେଇୟା ।’ ଓକେ ଆଜି ଇଭିନିଂରେ ରେଡିଥିବ । ଆମ ବିଜନେସ୍ ପାର୍ଟି ଅଛି ।
ମତେ ସେଠି ଭଲ ଲାଗେନା ଜାଣିଛ ।
ତୁମ ଲାଗିବା ନ’ ଲାଗିବାରେ କିଛି ନାହିଁ । ସେ ସବୁ ଯାଗାକୁ ଯିବାକୁ ପଡେ । ଷ୍ଟାଟସ୍ ମେଣ୍ଟନ୍ କରିବାକୁ ପଡେ । ମାଇ ଗଡ଼୍ କେବେ ବୁଝିବ?
ଝିଅବେଳେ ଯାହା ଥିଲ କ’ଣ ଏବେ ବି ସେୟା! ଜାଣିଛ ତ ତୁମେ କାହା ୱାଇଫ! ରେଡି ଥିବ ।’
…ଓକେ ଏକା ନ’ଗଲେ ମୁଁ କୁମାରକୁୁ କହିବି, ସେ ଗଲା ବେଳେ ଆସି ତୁମକୁ ପିକ୍ କରିବ । ମୁଁ ବାହାରିଲିାବାଏ ।’
Comments are closed.