Latest Odisha News

ଟିଆରଏଲ କ୍ରୋସାକି କାରଖାନା ଡୋଲୋମାଇଟ୍ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡସ୍ଥିତ ଟିଆରଏଲ ( ଟାଟା ରିଫ୍ରାକ୍ଟୋରିଜ୍ ଲିମିଟେଡ୍) କ୍ରୋସାକି କାରଖାନାର ଡୋଲୋମାଇଟ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳେ ଏହି କମ୍ପାନି ଭିତରେ ଭୟାଵହ ଅଗ୍ନିକାଣ୍ଡ ହୋଇଥିବା ବେଳେ ଏହାକୁ ଆୟତ୍ତ କରାଯାଇଛି  । ଏହି ଅଗ୍ନିକାଣ୍ଡ ସକାଳ ୮ଟାରେ ଘଟିଥିଲା।

ଅଗ୍ନିକାଣ୍ଡ ଯୋଗୁଁ ହୋଇଥବା କ୍ଷୟକ୍ଷତି ବିଷୟରେ ଏଯାଏଁ କୌଣସି ସୂଚନା ମିଳିନାହିଁ ।  ଅଗ୍ନିକାଣ୍ଡ ଯୋଗୁଁ କାରଖାନା ନିକଟରେ ଥିବା ସ୍କୁଲଗୁଡ଼ିକ ଛୁଟି ହୋଇ ଯାଇଥିଲା। ଅଗ୍ନିକାଣ୍ଡ ଫଳରେ କୌଣସି ଧନଜୀବନ କ୍ଷତି ହୋଇଛି କି ନାହିଁ ସ୍ପଷ୍ଟ ହୋଇପାରିନି ।

Comments are closed.