ଅମୃତସର : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପୁଣି ଥରେ କ୍ଷମତାକୁ ଫେରୁଛି ଭାରତୀୟ ଜନତା ପାର୍ଟି । ଟ୍ରେଣ୍ଡ ଅନୁସାରେ ବିଜେପି ଆଗୁଆ ମଧ୍ୟ ରହିଛି ।ଏନେଇ ଦଳର ନେତା ଓ କର୍ମୀମାନେ ଉତ୍ସାହିତ ଥିବା ସହ ”ମିର୍ଚି ଯଜ୍ଞ” ଆୟୋଜନ କରିଛନ୍ତି । ୧୧ ଜଣ ପୁରୋହିତ ବସି ଏହି ଯଜ୍ଞ କରଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।
उज्जैन में योगी आदित्यनाथ को दोबारा सीएम बनाने के लिए 'मिर्ची यज्ञ' किया गया। pic.twitter.com/tBZwHr172b
— Hindustan (@Live_Hindustan) March 10, 2022
ରାତି ୧୦ ଟାରୁ ଏହି ଯଜ୍ଞ ଆରମ୍ଭ ହୋଇ ଦିନ ୩ ଟା ପର୍ଯ୍ୟନ୍ତ ଚାଲିବ । ଏକ କ୍ୱିଣ୍ଟାଲ ଲଙ୍କା ଏହି ଯଜ୍ଞରେ ପୋଡାଯିବ ବୋଲି ଜଣାପଡିଛି । ପୁଣି ଥରେ ଉତ୍ତରପ୍ରଦେଶରେ ଯୋଗୀ ସରକାର ଆସିବା ନେଇ ଏହି ସ୍ୱତନ୍ତ୍ର ଯଜ୍ଞ ଆୟୋଜନ କରାଯାଇଥିଲା।
Comments are closed.