Latest Odisha News

BREAKING NEWS

ଜାଗା ବଦଳାଉଛନ୍ତି ଶର୍ମିଷ୍ଠା ରାଉତ : ଆଶ୍ରମ ଭିତରୁ ଡାଏରୀ ଜବତ

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ପତା ମିଳୁନି । ତାଙ୍କୁ ଠାବ କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି କ୍ରାଇମବ୍ରାଞ୍ଚ । ସୂଚନା ଅନୁସାରେ ଶର୍ମିଷ୍ଠା ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ନେଇ ଗୋଟିଏ ପରେ ଗୋଟିଏ ସ୍ଥାନ ବଦଳାଉଛନ୍ତି । ଉଭୟ ବିଭିନ୍ନ ସ୍ଥାନ ବୁଲୁଥିଲେ ମଧ୍ୟ ମୋବାଇଲ୍ ଫୋନ୍ ବ୍ୟବହାର କରୁନଥିବାରୁ ସେମାନଙ୍କ ପତା ମିଳିବା କଷ୍ଟକର ହୋଇପଡ଼ିଛି । ଶର୍ମିଷ୍ଠା ଠାବ ଭିତରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସୁଛି ।

ତଦନ୍ତକାରୀ ଟିମ୍ ଆଶ୍ରମ ଭିତରୁ ଏକ ଡାଏରୀ ଜବତ କରିଛି । ଯେଉଥିରେ ଅନେକ ବଡ଼ ବଡ଼ିଆଙ୍କ ନାଁ ରହିଥିବା କୁହାଯାଉଛି । ଡାଏରୀରେ ଥିବା ବ୍ୟକ୍ତିଙ୍କ ବାବଦରେ ତଥ୍ୟକୁ ନେଇ ଅନୁସନ୍ଧାନ କରାଯିବ ବୋଲି ଜଣାପଡ଼ିଛି ।

ସେହିପରି ଆଶ୍ରମ ରେଜିଷ୍ଟାରରେ ଯେଉଁ ବ୍ୟକ୍ତିମାନେ ଆସିଥିବା ନେଇ ତଥ୍ୟ ରହିଛି, ସେମାନଙ୍କୁ ମଧ୍ୟ ପଚରାଉଚରା କରିପାରେ ପୋଲିସ । କିଏ ଓ କେଉଁ ଉପାରେ ଶର୍ମିଷ୍ଠାଙ୍କୁ ଅନୁକମ୍ପା ଦେଖାଇଥିଲା ଏବଂ କାହିଁକି ଆସୁଥିଲେ ସେସବୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।

Comments are closed.