Latest Odisha News

BREAKING NEWS

[ଭିଡିଓ] ମାତିଛନ୍ତି ଗଞ୍ଜେଇ ମାଫିଆ : ୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ,୬ ଗିରଫ

କଟକ : ମାତିଛନ୍ତି ଗଞ୍ଜେଇ ମାଫିଆ । କଟକରେ ପୁଣି ଧରାହେଲା ପୁଳାପୁଳା ଗଞ୍ଜେଇ । ଗିରଫ ହେଲା ୬ ଜଣ । ଗଞ୍ଜେଇକୁ କନ୍ଧମାଳରୁ କୋଲକାତା ଚାଲଣ କରାଯାଉଥିବା ବେଳେ ଏନଏଚର ବାଲିକୁଦା ଛକ ଓ ଟାଙ୍ଗୀ ଠାରେ ମାଡି ବସିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ  । ହେଲେ ଚାଲାଣକାରୀ ଏହି ଗଞ୍ଜେଇକୁ  ଭିନ୍ନ ତରିକାରେ ଚାଲାଣ କରୁଥିଲେ।

ବିଭିନ୍ନ କାର୍ଯ୍ୟରେ ଲାଗୁଥିବା ମୋଟା ପେପର୍ ରୋଲ୍ ରେ ଗଞ୍ଜେଇ କୁ ଚାଲାଣ ହେଉଥିଲା ।  ମାତ୍ର ଏହା ଭିତରେ ଗଞ୍ଜେଇ ଅଛି ବୋଲି କେହ ଯେପରି ବିଶ୍ୱାସ କରିପାରିବେ ନାହିଁ । ସେପଟେ ଜବତ ହୋଇଥିବା ପୁଳାପୁଳା ଗଞ୍ଜେଇର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଅଧିକ୍ଷକ ସୂଚନା ଦେଇଛନ୍ତି।

ପଶ୍ଚିମବଙ୍ଗର ଏକ ଚାରିଚକିଆ ମାଲ ବୋଝେଇ ଗାଡି ଏବଂ ଏକ କାରରେ ଚାଲଣ ହେଉଥିଲା ଏହି ଗଞ୍ଜେଇ । ଗଞ୍ଜେଇ ଚାଲଣ ହେଉଥିବା ବିଶେଷ ସୁତ୍ରରୁ ଖବର ପାଇ ବିଭାଗର ଅଧିକାରୀ ମାନେ ବାଲିକୁଦା ଛକ ଏବଂ ଟାଙ୍ଗୀ ଠାରେ ଗାଡିକୁ ଅଟକାଇ ସର୍ଚ୍ଚ କରିଥିଲା । ଆଉ ଏହି ସମୟରେ ପେପର ରୋଲ ଭିତରୁ ଗଞ୍ଜେଇ ବାହାରିଥିଲା ।

ଏହି ଘଟଣାରେ ପିଶ୍ଚିମ ବଙ୍ଗର ୪ ଜଣ କନ୍ଧମାଳର ଦୁଇ ଜଣଙ୍କୁ ମିଶାଇ ୬ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଅବକାରୀ ବିଭାଗ ଗଞ୍ଜେଇ ଚୋଲା ଚାଲଣ କାରୀଙ୍କୁ ଧରିବାରେ ଅଭିଯାନ ଚଲାଇଛି । ହେଲେ ଗଞ୍ଜେଇ ମାଫିଆ ମାନେ ଭିନ୍ନ ଭିନ୍ନ ଉପରେ ଚାଲଣ କରୁଥିବାରୁ ଏହା ଅବକାରୀ ବିଭାଗ ପାଇଁ ବଡ ଚ୍ୟାଲେଞ୍ଜ ହେଉଛି ।

Comments are closed.