ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା । ନିଜ ଆଡୁ ମାମଲାରେ ରାଜ୍ୟ ମାନବାଧିକାର କମିଶନ ହସ୍ତକ୍ଷେପ କରିଛନ୍ତି । ସାମ୍ବାଦିକଙ୍କ ଗୋଡରେ ହ୍ୟାଣ୍ଡକପ୍ ପକାଇବା ମାନବାଧିକାରର ଉଲ୍ଲଂଘନ । ପୂର୍ବାଞ୍ଚଳ ଆଇଜିଙ୍କୁ ମାନବାଧିକାର କମିଶନ ରିପୋର୍ଟ ତଲବ କରିଛନ୍ତି । ୧୫ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟାବସ୍ଥା ନେଇ ରିପୋର୍ଟ ଦେବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ପୋଲିସର ଏଭଳି କାମକୁ ଦୃଢ଼ ନିନ୍ଦା କରିଛନ୍ତି । ଏପରିକି ଏଭଳି ଘଟଣା ଅମାନବିକ ଓ ମାନବାଧିକାରକୁ କ୍ଷୁର୍ଣ୍ଣ କରୁଥିବା କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି । ସେ କହିଛନ୍ତି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବାଲେଶ୍ୱର ଏସପିଙ୍କ ନିର୍ଦ୍ଦେଶକ୍ରମେ ଜଣେ ଡିଏପସିଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ।
ତା ସହିତ ପୁଲିସର ନିର୍ଯାତନା ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜିଲ୍ଲା ମାନବାଧିକାର କମିଶନ । ସେ ନୀଳଗିରିରେ ପହଂଚି ମାମଲାର ତଦନ୍ତ ଆରମ୍ଭ କରିବା ସହ ଥାନାରେ ପହଂଚି ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ନେଇଛନ୍ତି । ସେ ଏଭଳି ଅମାନୁଷିକ କାର୍ଯ୍ୟକୁ ସମାଲୋଚନା କରିଛନ୍ତି । ଏବଂ ଆବଶ୍ୟକ ପଡ଼ିଲେ ପୋଲିସ୍ ବିରୋଧରେ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ଜିଲ୍ଲା ମାନବାଧିକାର କମିଶନଙ୍କ ସଭାପତି ।
Comments are closed.