Latest Odisha News

BREAKING NEWS

ପବିତ୍ର ‘ସାବିତ୍ରୀ ଅମାବାସ୍ୟା’ରେ ଚଳଚଞ୍ଚଳ ଦେବାଳୟ

ଭୁବନେଶ୍ୱର : ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ସାରା ରାଜ୍ୟ । ହିନ୍ଦୁଧର୍ମର ପର୍ବପର୍ବାଣୀ ମଧ୍ୟରୁ ଏହା ଅନ୍ୟତମ ।

ଓଡିଆ ମାସ ଜ୍ୟେଷ୍ଠ ମାସରେ ପଡୁଥିବା ଅମାବାସ୍ୟାକୁ ସାବିତ୍ରୀ ଅମାବାସ୍ୟା ମଧ୍ୟ କୁହାଯାଏ । ଯାହାକୁ ଆମ ରାଜ୍ୟରେ ସାବିତ୍ରୀ ବ୍ରତ ଭାବେ ପାଳନ କରାଯାଇଥାଏ । ଏହି ଦିନରେ ଓଡିଆ ସଧବା ନାରୀମାନେ ନିଜ ସ୍ୱାମୀଙ୍କର ମଙ୍ଗଳ ତଥା ଦୀର୍ଘାୟୁ କାମନା କରି ଶାଢୀ, ଚୁଡି ଓ ବିଭିନ୍ନ ପ୍ରକାରର ଫଳମୂଳ ସହ ଭଗବାନଙ୍କ ପୂଜାର୍ଚ୍ଚନା କରିଥାନ୍ତି ।

ଏହି ପରିପ୍ରେକ୍ଷୀରେ ବିଭିନ୍ନ ଦେବାଳୟ ଗୁଡିକରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି । ଏହି ବ୍ରତରେ ମହିଳାମାନେ ଯମଦେବ, ସାବିତ୍ରୀ ଓ ସତ୍ୟବାନଙ୍କୁ ସ୍ମରଣ କରି ପୂଜା କରିଥାନ୍ତି ।

Leave A Reply

Your email address will not be published.