Latest Odisha News

BREAKING NEWS

ପ୍ରଭାତ ପଟ୍ଟନାୟକଙ୍କୁ ମିଳିବ ୨୦୨୨ ମାଲକମ୍ ଅଡିଶେଷିୟା ପୁରସ୍କାର

ଭୁବନେଶ୍ୱର : ପ୍ରଭାତ ପଟ୍ଟନାୟକଙ୍କୁ ମିଳିବ ୨୦୨୨ ବର୍ଷ ପାଇଁ ମାଲକମ୍ ଅଡିଶେଷିୟା ପୁରସ୍କାର । ଜଣାଶୁଣା ଭାରତୀୟ ଅର୍ଥନୀତିଜ୍ଞ ଓ ରାଜନୈତିକ ସମୀକ୍ଷକ ପ୍ରଭାତ ପଟ୍ଟନାୟକ ୨୦୨୨ ମଲକମ୍ ଆଡିଶିୟା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

ଏହି ପୁରସ୍କାର ପ୍ରତି ବର୍ଷ ମାଲକମ୍ ଏବଂ ଏଲିଜାବେଥ ଆଦିଶେଷିୟା ଟ୍ରଷ୍ଟ ପକ୍ଷରୁ ଦିଆଯାଇଥାଏ । ଏକ ଜାତୀୟ ସ୍ତରୀୟ ମନୋନୟନ କମିଟି ବିଶିଷ୍ଟ ସମାଜ ବିଜ୍ଞାନୀଙ୍କୁ ଚୟନ କରିଥାଏ । ପୁରସ୍କାର ରାଶି ୨ ଲକ୍ଷ ଟଙ୍କା ରହିଛି । ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା ଦିଆଯିବ । ପୁରସ୍କାର ଦିଆଯିବାର ତାରିଖ ପରେ ଘୋଷଣା କରାଯିବ ।

ପ୍ରଭାତ ପଟ୍ଟନାୟକ ଦିଲ୍ଲୀର ଜବାହରଲାଲ ବିଶ୍ୱବିଦ୍ୟାଳୟ “ଆର୍ଥିକ ଅଧ୍ୟୟନ ଓ ଯୋଜନା କେନ୍ଦ୍ର”ରେ ଅଧ୍ୟାପନା ଆରମ୍ଭ କରିଥିଲେ । ୨୦୦୬ମସିହାରେ ସେ ଏହି ଅନୁଷ୍ଠାନରୁ ସେବାନିବୃତ ହୋଇଥିଲେ । ସେବାନିବୃତି ପରେ, ସେ ୨୦୦୬ରୁ ୨୦୦୧ ପର୍ଯ୍ୟନ୍ତ କେରଳ ପ୍ଲାନିଙ୍ଗ ବୋର୍ଡ଼ର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।

କୋଜିକୋଡେ ଇଣ୍ଡିଆନ ,ଇଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍ )ରୁ ପୁଲାପ୍ରେ ବାଲାକ୍ରିଷ୍ଣ , କମଲା ଗଣେଷ, ପୂର୍ବତନ ଏମଏନ ଶ୍ରୀନିବାସ ଚେୟାର, ସାମାଜିକ ଏବଂ ଏର୍ଥନୈତିକ ପରିବର୍ତ୍ତନ ପ୍ରତିଷ୍ଠାନ  ବେଙ୍ଗାଲୁର ଏବଂ କ୍ରିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଷ୍ଣୁ ମହାପାତ୍ର ଚଳିତ ବର୍ଷ ଖଣ୍ଡପୀଠର ଏକ ଅଂଶ ଥିଲେ  ।

Comments are closed.