Latest Odisha News

BREAKING NEWS

ଆପାତକାଳୀନ ସ୍ଥିତିରେ ପ୍ରସ୍ତୁତି ଯାଂଚ ପାଇଁ କଳିଙ୍ଗନଗର ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ମକ୍ ଡ୍ରିଲ୍

ଯାଜପୁର: ଆପାତକାଳୀନ ସ୍ଥିତିରେ କଳିଙ୍ଗ ନଗର ପ୍ଲାଣ୍ଟରେ କିପରି ରହିଛି ମୁକାବିଲା ପ୍ରସ୍ତୁତି । ଖାସ୍ ମୁକିବିଲା ପ୍ରସ୍ତୁତି ଯାଂଚ କରିବା ପାଇଁ ଗତ ବୁଧବାର ଦିନ ପ୍ଲାଣ୍ଟ ପରିସରରେ ମକ୍ ଡ୍ରିଲ୍‌ର ଆୟୋଜନ କରାଯାଇଥିଲା ।

ଏଥିପାଇଁ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଭଳି ବିପଦଜନକ (ନାଟ୍ୟ ରୂପାନ୍ତର) ସ୍ଥିତି ସୃଷ୍ଟି କରାଯାଇଥିଲା । ମୁକାବିଲା ସ୍ଥିତି ଯାଂଚ କରିବା ପାଇଁ ଅଗ୍ନିଶମ ଠାରୁ ଆରମ୍ଭ କରି ଡାକ୍ତରୀ ଦଳ, ସୁରକ୍ଷାକର୍ମୀ ଓ ଅପରେସନ ବିଭାଗୀୟ ଦଳର କାର୍ଯ୍ୟଦକ୍ଷତାକୁ ଆକଳନ କରାଯାଇଥିଲା ।

ମକ୍ ଡ୍ରିଲ୍ ସମୟରେ ସମସ୍ତ ଟିମକୁ ନିଜ କାର୍ଯ୍ୟ ସମ୍ପାଦନ କରିବା ଲାଗି ନିର୍ଦ୍ଧାରିତ ସମୟ ଦିଆଯାଇଥିଲା । ସେଥିମଧ୍ୟରେ ଦୁର୍ଘଟଣାସ୍ଥଳରୁ ଲୋକଙ୍କୁ ଦୂରେଇ ରଖିବା, ସ୍ଥିତି ତଦାରଖ କରିବା ଓ ଜୁରୁରୀକାଳୀନ ସ୍ଥିତିରେ କିଭଳି ମୁକାବିଲା କରାଯିବ, ସେ ନେଇ ପ୍ରସ୍ତୁତି ପ୍ରଣାଣୀକୁ ତର୍ଜମା କରାଯାଇଥିଲା ।

ଫ୍ୟାକ୍ଟ୍ରୀସ୍ ଓ ବଏଲର୍ସ ନିର୍ଦ୍ଦେଶାଳୟର ତତ୍ତ୍ୱାବଧନରେ ଏହି ମକ୍ ଡ୍ରିଲକୁ କଳିଙ୍ଗ ନଗର ଟାଟା ଷ୍ଟିଲ୍ ପ୍ଲାଣ୍ଟର ସୁରକ୍ଷା ବିଭାଗ ଆୟୋଜନ କରିଥିଲା । ଏହି ଅବସରରେ ଦାନଗଦି ଅଗ୍ନିଶମ ବିଭାଗ ଓ ଟାଟା ଷ୍ଟିଲର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.