Latest Odisha News

BREAKING NEWS

କଂଗ୍ରେସ ବିଧାୟକ ସାଲୁଜାଙ୍କ ଉପରେ ବର୍ଷିଲେ ଦଳୀୟ ମୁଖପାତ୍ର

ଭୁବନେଶ୍ୱର: କଂଗ୍ରେସ ଦଳରେ ଶୃଙ୍ଖଳା ନାହିଁ । ଯେଉଁଥିପାଇଁ ଦଳରେ କନ୍ଦଳ ଭରି ରହିଛି । ତେଣୁ ଦଳ ଆଗକୁ ବଢି ପାରୁନାହିଁ । ଯଦି ସନ୍ତୋଷ ସିଂହ ଭଳି ବିଧାୟକ ନିଜର ଅସନ୍ତୋଷକୁ ମିଡିଆ ଆଗରେ କହିବା ପରିବର୍ତ୍ତେ ଦଳୀୟ ଫୋରମରେ କହିବେ ତାହେଲେ ଭଲ ହୁଅନ୍ତା । ଏକଥା କହିଛନ୍ତି କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର । ଏକ ନ୍ୟୁଜ ଚ୍ୟାନାଲକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ମନୋଜ ମହାପାତ୍ର ।

ମନୋଜ ଯେଉଁ ଦିନ ଏପରି ଏକ ବୟାନ ରଖିଛନ୍ତି ତାର ଠିକ୍ ଦିନକ ପୂର୍ବରୁ କଣ୍ଟାବାଞ୍ଜି ବିଧାୟକ ତଥା କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା କହିଥିଲେ ଦଳରେ ଆମୂଳ ଚୂଳ ପରିବର୍ତ୍ତନ ହେବା ଦରକାର । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବଦଳିବା ସହିତ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ମଧ୍ୟ ବଦଳିବା ଦରକାର । ଏହାପରେ ମନୋଜ ସନ୍ତୋଷ ସିଂହ ସାଲୁଜାଙ୍କୁ ବ୍ୟକ୍ତିଗତ ସ୍ତରକୁ ଯାଇ ଏକ ନ୍ୟଜ ଚ୍ୟାନେଲର ବିତର୍କରେ ଭାଗ ନେଇ ସାଲୁଜାଙ୍କ ଉପରେ ବର୍ଷିଛନ୍ତି । ମନୋଜ ମହାପାତ୍ର ନରସିଂହ ମିଶ୍ରଙ୍କର ଅନ୍ୟତମ ନିକଟତମ ନେତା ।

ମନୋଜ କହିଛନ୍ତି, କଂଗ୍ରେସରେ ପ୍ରଦୀପ ମାଝୀ ଥିଲେ । ଏହି ସମୟରେ ସେ ମିଡିଆ ଆଗରେ ପ୍ରତିଦିନ ଦଳ ବିରୋଧରେ ବୟାନ ଦେଉଥିଲେ । ଏବେ କିନ୍ତୁ ସେ ବିଜେଡିରେ ସାମିଲ ହୋଇଛନ୍ତି । କିନ୍ତୁ କାହିଁ କେଉଁଠି ଦେଖାଯାଉନାହାନ୍ତି । ସେ କହିଛନ୍ତି ଏହି ନେତା କଣ ନିଷ୍ପତ୍ତି ନେଇଛନ୍ତି କି ଯେଉଁ ଦଳ ପରିଚୟ ଦେଲା କେବଳ ତାଙ୍କ ବିରୋଧରେ କହିବ । ଆଉ ଅନ୍ୟ ଦଳକୁ ଡିଆଁ ମାରିଲା ପରେ ନିରବ ରହିବ? ସେ ଏପରି କହି କହିଛନ୍ତି, ବିଜେଡିରେ ଶୃଙ୍ଖଳା ରହିଛି ତେଣୁ ସେଠାରେ ପ୍ରଦୀପ ମାଝୀ କିଛି କହୁନାହାନ୍ତି । କିନ୍ତୁ ସାଲୁଜାଙ୍କ ପରି ନେତା ଦଳୀୟ ଟିକେଟରୁ ବିଧାୟକ ହୋଇଛନ୍ତି । ହେଲେ ଦଳ ବିରୋଧରେ ମିଡିଆରେ କହୁଛନ୍ତି । ତାଙ୍କୁ କୌଣସି ଦଳ ଡାକୁନାହିଁ କି ତାଙ୍କ ଗୋଷ୍ଠୀର ନେତାଙ୍କୁ କୌଣସି ଦଳ ଟିକେଟ ଦେବାକୁ ଇଚ୍ଛୁକ ନୁହେଁ । ଏହି ଆଳରେ ସେ ଏବେର ବିଜେଡି ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହଙ୍କୁ ମଧ୍ୟ ସମାଲୋଚନା କରିଥିଲେ।

ଉଲ୍ଲେଖଯୋଗ୍ୟ, କଂଗ୍ରେସରେ ବିଶୃଙ୍ଖଲା ଏବଂ ଦଳୀୟ କନ୍ଦଳ ନିର୍ବାଚନରେ ଦଳର ପରାଜୟ ପଛର ପ୍ରମୁଖ କାରଣ । ନିକଟରେ ପଞ୍ଚାୟତ ଓ ପୌର ନିର୍ବାଚନର ପରାଜୟ ପରେ ଏକଥା କହିଥିଲେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ଚନ୍ଦ୍ର ରାଉତ ରାୟ ।

Comments are closed.