Latest Odisha News

BREAKING NEWS

+୨ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ

ଭୁବନେଶ୍ୱର : ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟରେ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ଜୁନ୍ ୬ ତାରିଖ ତଥା ଆଜିଠୁ ଆରମ୍ଭ ହେଉଛି ।

ଆଜି ପୂର୍ବାହ୍ନ ୧୧ଟାରୁ ୫ଟା ଯାଏଁ ଆବେଦନ ପ୍ରକିୟା ଜାରି ରହିବ । ଏଥିଲାଗି ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । www.samodisha.gov.in ରେ ଫର୍ମ ଉପଲବ୍ଧ ହେବ।

ରାଜ୍ୟରେ ଥିବା ୧୬ ଶହରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨ କଲେଜ) ସମେତ ସେଲ୍ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ କଳା, ବାଣିଜ୍ୟ ଏବଂ ବିଜ୍ଞାନ ପାଇଁ ଆବେଦନ କରିପାରିବେ ।

ଅନଲାଇନ ଆବେଦନର ଶେଷ ତାରିଖ ଜୁନ ୨୦ ଥିବାବେଳେ ଛାତ୍ରଛାତ୍ରୀମାନେ ଜୁନ ୨୧ ତାରିଖ ସୁଦ୍ଧା ସିଏଏଫର ପ୍ରିଣ୍ଟ୍ କପି ସହ ସମସ୍ତ ଡକ୍ୟୁମେଣ୍ଟ୍ ସାମସ୍ ରିର୍ସୋସ୍ ସେଣ୍ଟର୍ (ଏସିଆରସି)ରେ ଦାଖଲ କରିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

+୨ ପ୍ରଥମ ମେରିଟ ଲିଷ୍ଟ ଜୁନ୍ ୨୬ ତାରିଖରେ ପ୍ରକାଶ ପାଇବ । ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀମାନେ ଜୁନ୍ ୨୮ରୁ ଜୁଲାଇ ୫ ତାରିଖ ମଧ୍ୟରେ ପ୍ରଥମ ପର‌୍ୟ୍ୟାୟ ଆଡମିସନ୍ କରିପାରିବେ । ଅପରପକ୍ଷରେ ଜୁଲାଇ ୮ରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବାକୁ ଥିବାବେଳେ ଜୁଲାଇ ୯ରୁ ୧୧ ମଧ୍ୟରେ ନାମଲେଖା ହେବ ।

ପରବର୍ତ୍ତୀ ସମୟରେ ଜୁଲାଇ ୧୬ରେ ସ୍ପଟ୍ ଆଡମିସନ୍ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଏଥିଲାଗି ଆଡମିଶନ୍ ଜୁଲାଇ ୧୮ ରୁ ୨୨ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ।

ଯୁକ୍ତ ୨ ଲାଗି ରେଗୁଲାର କ୍ଲାସ୍ ଜୁଲାଇ ୨୪ ତାରିଖରୁ ଆରମ୍ଭ ହେବ ବୋଲି ବିଜ୍ଞପ୍ତିରୁ ଜଣାପଡିଛି ।

 

Leave A Reply

Your email address will not be published.