Latest Odisha News

BREAKING NEWS

ଭାରତ-ଦକ୍ଷିଣ ଆଫ୍ରିକା ସିରିଜରୁ ଉଠିବ ବାୟୋ ବବଲ

ଭୁବନେଶ୍ୱର: କ୍ରିକେଟପ୍ରେମୀ ଏବଂ ଖେଳାଳିମାନଙ୍କ ଖୁସି ଖବର । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି୨୦ ସିରିଜରୁ ବାୟୋ ବବଲ କଟକଣା ଉଠାଇବା ପାଇଁ ବିଚାର କରୁଛି । ବିସିସିଆଇର ଜନୈକ ଅଧିକାରୀଙ୍କ ମତରେ ଯେତେଦୂର ସମ୍ଭବ ଏହି ସିରିଜରେ ବାୟୋ ବବଲ ରହି ନ ପାରେ । କରୋନା ମହାମାରୀ କବଳରୁ ରକ୍ଷା କରିବା ପାଇଁ ଖେଳାଳିମାନଙ୍କୁ ଏହି ସୁରକ୍ଷା ବଳୟ ମଧ୍ୟରେ ରଖା ଯାଉଥିଲା ।

ବାରମ୍ବାର ଏହି କଟକଣା ମଧ୍ୟରେ ରହି ଖେଳାଳିମାନେ ବ୍ୟତୀବ୍ୟସ୍ତ ହୋଇ ପଡିଲେଣି । ସେମାନେ ପ୍ରଦର୍ଶନ ଏହା ଦ୍ୱାରା ପ୍ରଭାବିତ ହେଉଛି । ଆଇପିଏଲ ପରେ ଏହାକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯିବା ନେଇ ଏକପ୍ରକାର ସର୍ବସମ୍ମତି ହୋଇ ସାରିଛି ବୋଲି ଅଧିକାରୀଜଣକ କହିଛନ୍ତି ।

Comments are closed.