Latest Odisha News

BREAKING NEWS

ଭାରତ ପାଇଁ ଚିଟ୍ଟାଗଂଗ୍ ପୋର୍ଟ ଖୋଲା: ଶେଖ୍ ହାସିନା

ଭୁବନେଶ୍ୱର: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଉତ୍ତରପୂର୍ବ ଭାରତ ଆବଶ୍ଯକ ବେଳେ ଚିଟ୍ଟାଗଂଗ୍ ପୋର୍ଟ ବ୍ଯବହାର କରିପାରିବ ବୋଲିକହିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଗୁରୁବାର ପ୍ରଧାନମନ୍ତ୍ରୀ ଶେଖ୍ ହାସିନାକୁ ଭେଟି ଭାରତ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି।

ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଯାଇ ଜୟଶଙ୍କର ହାସିନାକ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଆନ୍ତର୍ଜାତୀୟ, ଆଂଚଳିକ ଏବଂ ପାରସ୍ପରିକ ସ୍ୱାର୍ଥସଂପର୍କିତ ବିଷୟ ଆଲୋଚନା କରିଥିଲେ।

ଉତ୍ତରପୂର୍ବ ଭାରତ ଯୋଗାଯୋଗ ବ୍ଯାପ୍ତ କରିବା ପାଇଁ ଭାରତ ଚିଟ୍ଟାଗଂଗ୍ ପୋର୍ଟ ବ୍ଯବହାର କରିପାରିବ ବୋଲି ପ୍ରସ୍ତାବ ଦେଇଥିଲେ। ଏଠାରେବାଣିଜ୍ଯିକ ସୁଯୋଗ ଯଥେଷ୍ଟ ଅଛି। ଆସାମ ଏବଂ ତ୍ରିପୁରା ଏହି ପୋର୍ଟ କୁ ବ୍ଯବହାର କରି ବଣିଜରେ ବ୍ଯାପ୍ତତା ଆଣିପାରିବେ।

ମୁଖ୍ଯତଃ ବିଶ୍ୱ ବୁଡାଜହାଜ ଚଳାଚଳ ମାର୍ଗ ସହ ଉତ୍ତରପୂର୍ବ ଭାରତ ଯୋଡି ହେବାକୁ ସହଜ ହେବ। ପୂର୍ବରୁ ୨୦୧୦ ମସିହା ରେ ଚିଟ୍ଟାଗଂଗ୍ ଏବଂମୋଂଗଲା ପୋର୍ଟ ବ୍ଯବହାର କରିବା ପାଇଁ ଦୁଇ ଦେଶ ଭିତରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

୨୦୧୮ ରେ ବାଂଲାଦେଶ କ୍ଯାବିନେଟ୍ ଅନୁମତି ଦେଇଥିଲା ଯେ, ଭାରତ ଉପରୋକ୍ତ ଦୁଇଟି ପୋର୍ଟ ପଣ୍ଯ କାରବାର ପାଇଁ ବ୍ଯବହାର କରିପାରିବ।

ଜୟଶଙ୍କର ପ୍ରତିପକ୍ଷ ଏକେ ଅବଦୁଲ୍ ମୋମେନ୍ କୁ ଭେଟି ଜଏଣ୍ଟ କନସୁଲେଟିଭ୍ କମିଶନ୍ ମିଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ହାସିନା ଆଗମନ ପୂର୍ବରୁ ଏହି ବୈଠକ ଦିଲ୍ଲୀ ରେ ଅନୁଷ୍ଠିତ ହେବାକୁ ଯାଉଛି।

Comments are closed.