ଭୁବନେଶ୍ୱର: ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟ ହୋଇଥିବା ଘୁର୍ଣ୍ଣିବଳୟକୁ ଆମେ ଏପର୍ଯ୍ୟନ୍ତ ବାତ୍ୟା ଭାବେ ଦେଖିନାହୁଁ। ଆସନ୍ତାକାଲି ସ୍ପଷ୍ଟ ହେବ ବାତ୍ୟାର ଚିତ୍ର । ଏହାପରେ ୮ ତାରିଖ ପରେ ବାତ୍ୟାର ଗତି କୁଆଡେ ହେବ ତାହା ଲଘୁଚାପ ସୃଷ୍ଟ ହେବା ପରେ ଜଣାପଡିବ। ୮ ତାରିଖ ଯାଏ ଅବପାତ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ।
ଓଡିଶାରେ ଦେଖାଦେଇଥିବା ବର୍ଷା କାଳବୈଶାଖୀ ଜନିତ । ଓଡିଶା ଠାରୁ ଏହା ବହୁ ଦୂରରେ ଥିବାରୁ ଏହାର ପ୍ରଭାବ ଏବେ ପଡିବ ନାହିଁ । ଆଣ୍ଡାମାନ ସାଗରରେ ଲଘୁଚାପ ପ୍ରଭାବ ଏବେ ଓଡିଶାକୁ ନାହିଁ । ସେଠାରେ ୪୦ରୁ ୫୦ କିଲୋମିଟର ଓ ୮ ତାରିଖ ପରେ ୫୫ରୁ ୬୫ କିଲୋମିଟର ପହନ ବୋହିପାରେ । ଆଣ୍ଡମାନ ସାଗର ଓ ଆଣ୍ଡାମାନ ଦ୍ୱୀପ ଅଞ୍ଚଳ ସମୁଦ୍ର ଅଶାନ୍ତ ରହିବ । କାଳକ୍ରମେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୮ ସୁଦ୍ଧା ଅବପାତରେ ପରିଣତ ହେବ । ଆକଳନ ଅନୁସାରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ଅନ୍ୟପଟେ ବାତ୍ୟା ପୂର୍ବରୁ ଗତକାଲିଠାରୁ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଜିଲ୍ଲାର ଜରୁରୀକାଳୀନ ଅଫିସ ଓ କଣ୍ଟ୍ରୋଲ ରୁମ୍ ଖୋଲା ରଖିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ବାତ୍ୟାକୁ ଆଖି ଆଗରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳରେ ମାଟିଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ କୁହାଯାଇଛି।
Comments are closed.