Latest Odisha News

BREAKING NEWS

ଢେଙ୍କାନାଳ କାନ୍ଥ ଧସିବା ଘଟଣା: ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା

ଭୁବନେଶ୍ୱର: ଢେଙ୍କାନାଳ ସହରର ଅଳସୁଆ ସାପ୍ତାହିକ ହାଟରେ ଏକ ରାଇସମିଲ୍ କାନ୍ଥ ଧସିପଡ଼ିବା ଫଳରେ ୪ ଜଣ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ମୃତକଙ୍କ ପ୍ରତି ସମବେଦନା ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ପରିବାରବର୍ଗଙ୍କ ଲାଗି ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଢେଙ୍କାନାଳର ଅଳସୁଆ ହାଟ ନିକଟରେ ରବିବାର ସକାଳେ ଏକ ରାଇସ୍ ମିଲ୍ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୪ଜଣଙ୍କ ମୃତ୍ୟୁ ଘଟିବା ସହ ୫ଜଣ ଗୁରୁତର ଆହତ ହୋଇଥିଲେ । ଏହି ଘଟଣା ଆଜି ସକାଳ ୭ଟା ବେଳେ ଘଟିଥିବା ବେଳେ ହାଟରେ ଉପସ୍ଥିତ ଥିବା କିଛି ବେପାରୀ ଓ ଆଉ କିଛି ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ଏହି ପାଚେରୀ ଭୁଷୁଡିବା ଫଳରେ ଅନେକ ଯାନବାହନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

Leave A Reply

Your email address will not be published.