Latest Odisha News

BREAKING NEWS

ଦୁଇ ଦିନ ଗଞ୍ଜାମ ଜିଲ୍ଲାରେ ସମୁଦ୍ର ଉପକୂଳ ଯିବା ପାଇଁ ଲୋକଙ୍କୁ ବାରଣ

ବ୍ରହ୍ମପୁର: ବାତ୍ୟା ଅସାନି ଭୀଷଣ ରୂପ ଧାରଣ କରି ସମୁଦ୍ର ଭିତରେ ଓଡ଼ିଶା ଉପକୂଳ ମୁହାଁ ହେଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁବ ନାହିଁ । କିନ୍ତୁ ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ବର୍ଷ ପବନ ହେବ । ଅଶାନ୍ତ ରହିବ ସମୁଦ୍ର । ଏଥିପାଇଁ ଗଞ୍ଜାମ ଜିଲ୍ଲାରେ ସମୁଦ୍ର ଉପକୂଳ ଯିବା ପାଇଁ ଲୋକଙ୍କୁ ବାରଣ କରାଯାଇଛି ।

ଗୋପାଳପୁର ସମେତ ଅନ୍ୟ ସମୁଦ୍ର କୂଳ ଯିବାକୁ ଲୋକଙ୍କୁ ବାରଣ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଆଜି ଓ ଆସନ୍ତାକାଲି ସମୁଦ୍ର ଉପକୂଳ ନଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । କାରଣ ବାତ୍ୟା ପ୍ରଭାବରେ ସମୁଦ୍ରରେ ବଡ଼ ବଡ଼ ଜୁଆର ଆସିବ । ଅଶାନ୍ତ ସମୁଦ୍ରର ପାଣି କୂଳ ପାଖାପାଖି ମାଡ଼ି ଆସିପାରେ ।

ବାତ୍ୟା ପ୍ରଭାବରେ ୧୨ ତାରିଖ ଯାଏ ସମୁଦ୍ର ଅଶାନ୍ତ ରହିବ । ବିଶେଷ କରି ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ଯାଏ ୧୩ ତାରିଖ ସକାଳ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ମନା । ବାତ୍ୟା ସମୁଦ୍ର ଭିତରେ ଓଡ଼ିଶା ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ଓ ସର୍ବାଧିକ ୬୦ କିଲୋମିଟର ରହିପାରେ ।

Leave A Reply

Your email address will not be published.