Latest Odisha News

BREAKING NEWS

ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ୨୩୬ ସିସିଟିଭ କ୍ୟାମେରା

ପୁରୀ : ରଥଯାତ୍ରା ପାଇଁ ଜୋରସୋରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ଆଉ୨୩୬ ସିସିଟିଭି କ୍ୟାମେରା । କେଉଁଠି କେଉଁଠି ସିସିଟିଭି ଲାଗିବ ସେ ନେଇ ସ୍ଥାନ ଚିହ୍ନଟ ହୋଇଛି । ଆଜି ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ସିସିଟିଭି ଲାଗିବା ପାଇଁ ଟେଣ୍ଡର ଆହ୍ୱାନ ପରେ ଖୁବ ଶୀଘ୍ର କାମ ଆରମ୍ଭ ହୋଇ ରଥଯାତ୍ରା ପୂର୍ବରୁ ସରିବ । ସେହିପରି ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଚାରିପଟେ ଭକ୍ତଙ୍କ ପାଇଁ ପ୍ରଶସ୍ତ ରାସ୍ତା ନିର୍ମାଣ କରାଯିବ। ସେ ନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି ।

ସେହିପରି ଏଥର ରଥ ନିର୍ମାଣ କାମ ଆଗୁଆ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏବେ ୧୩୨ ଜଣ ମହାରଣା, ଭୋଇ ସେବକ ୨ଟି ସିଫ୍ଟରେ କାମ କରୁଛନ୍ତି । କାରିଗରଙ୍କ ସଂଖ୍ୟା ବଢ଼ାଯାଇ ରଥ ନିର୍ମାଣ ସମୟ ପୂର୍ବରୁ ସାରିବାକୁ ଟାଗେର୍ଟ ରଖାଯାଇଛି । ଯଦି କୋଭିଡ୍ ସ୍ଥିତି ପୁଣି ଥରେ ଉପୁଜେ ତାକୁ ନେଇ ଆଗୁଆ ପଦକ୍ଷେପ ନେବା ପାଇଁ ସମସ୍ତ ବନ୍ଦୋବସ୍ତ ହେବ ବୋଲି ଦୋହରାଇଛନ୍ତି ପୁରୀ ଜିଲ୍ଲାପାଳ ।  ଭକ୍ତଙ୍କ ଗହଣରେ ରଥଯାତ୍ରା ହେଲେ ଏଥିପାଇଁ ରହିଥିବା ଚାଲେଞ୍ଜକୁ କିଭଳି ସାମ୍ନା କରାଯାଇପାରିବ ,ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ରଥଯାତ୍ରା ସମ୍ପନ୍ନ କରାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଛି ।

ତେବେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରଥଯାତ୍ରା ପ୍ରସ୍ତୁତି ବସିଥିଲା । ଏହି ବୈଠକରେ ଜିଲ୍ଲାପାଳ, ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.